
ମାଟ୍ରିକ ପରୀକ୍ଷାରେ ହୋଇଥିବା କପି ଅଭିଯୋଗରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ ପକ୍ଷରୁ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଖାତା ମୂଲ୍ୟାୟନ ପରେ ବୋର୍ଡର ପରୀକ୍ଷା କମିଟି ଏହି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ପରୀକ୍ଷା ବାତିଲ୍ ପାଇଁ ନିଷ୍ପତ୍ତି ହୋଇଥିବା କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି – ବଲାଙ୍ଗୀର ଜିଲ୍ଲାର ଘୁନୁସର ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍. ଉଚ୍ଚ ବିଦ୍ୟାଳୟ ଏବଂ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ । ବାକି ଥିବା ପରୀକ୍ଷା ପାଇଁ ସମ୍ପୃକ୍ତ ବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ତୃତୀୟ ଭାଷାର ପରୀକ୍ଷା ଅନୁଷ୍ଠିତ ହେବ ।