ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଇପାରନ୍ତି କମଲନାଥ

Published: Mar 20, 2020, 10:06 am IST

ଭୋପାଳ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ସଂକଟର କଳା ବାଦଲ ଏବେ ଘୋଡେଇ ହୋଇ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶାନୁଯାୟୀ ଆଜି ବିଧାନସଭା ଅଧ୍ୟକ୍ଷ ବିଶେଷ ଅଧିବେଶନ ଡକାଇଛନ୍ତି। ଆଜି ବିଧାନସଭାରେ ଶକ୍ତିପରୀକ୍ଷା ହେବା। ସୁପ୍ରିମ୍‌କୋର୍ଟ ଗୁରୁବାର ଦିନ ଏହି ପ୍ରକ୍ରିୟାକୁ ଶୁକ୍ରବାର ଅର୍ଥାତ୍‌ ଆଜି ସନ୍ଧ୍ୟା 5ଟା ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କମଲନାଥ ସରକାର। ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ସରକାର ଆଜି ସନ୍ଧ୍ୟାରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେବାର ସୂଚନା ରହିଛି। ଦ୍ବିପ୍ରହରରେ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କମଲନାଥ ଏହା ସମ୍ପର୍କରେ ସୂଚନା ଦେଇପାରନ୍ତି। କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, 22 ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ, ତେବେ ଏପରି ସମୟରେ କ’ଣ ହେଉଛି ତାହା ଦେଖାଯିବ। ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, ପଇସା ଓ ଶକ୍ତି ଦ୍ବାରା ବହୁମତ ପାଇଥିବା ସରକାରକୁ ସଂଖ୍ୟା ଲଘୁରେ ପହଞ୍ଚାଇଗଲା।

ସୂଚନାଯୋଗ୍ୟ, 22ଜଣ ବିଧାୟକଙ୍କ ଇସ୍ତଫା ଦେବା ପରେ ଏବେ ମଧ୍ୟପ୍ରଦେଶରେ କଂଗ୍ରେସ ପାଖରେ କେବଳ 99 ବିଧାୟକ ରହିଛନ୍ତି। ବହୁମତ ପାଇଁ 104 ଆବଶ୍ୟକ ହେଉଛି। ଭାରତୀୟ ଜନତା ପାର୍ଟି ପାଖରେ ଏବେ 106 ବିଧାୟକ ରହିଛନ୍ତି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାର ଫ୍ଲୋର ଟେଷ୍ଟକୁ ଯିବା ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। (ଏଜେନ୍ସି)

Related posts