
ଭୋପାଳ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଫ୍ଲୋର ଟେଷ୍ଟ ପୂର୍ବରୁ ସରେଣ୍ଡର କଲେ କମଲନାଥ। କମଲନାଥ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶାନୁଯାୟୀ ଶୁକ୍ରବାର ଅର୍ଥାତ୍ ଆଜି ସନ୍ଧ୍ୟା 5ଟା ଭିତରେ ଶକ୍ତିପରୀକ୍ଷା କରାଯାଇଥାନ୍ତ। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ରାଜନୈତିକ ଘଟଣାକ୍ରମ ଭିତରେ ଆଜି ବଡ ଟୁଇଷ୍ଟ ଦେଖିବାକୁ ମିଳିଛି। ସାମ୍ବାଦିକ ସମ୍ମିଳନୀରେ କମଲନାଥ ଇସ୍ତଫା ଦେଉଥିବାର ଘୋଷଣା କରିଛନ୍ତି କମଲନାଥ। ଆଜି ଦିନ ଗୋଟାଏରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି ।(ଏଜେନ୍ସି)
Tags: kamalnath, madhypradeshpolitics