ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଟି-20

Published: Feb 27, 2019, 10:37 am IST
india austrelia 2nd t-20 will be played in bengaluru today

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ତଥା ଅନ୍ତିମ୍ ମ୍ୟାଚ୍। ବିଶାଖାପାଟଣା ମ୍ୟାଚ୍ ହାରିଥିବାରୁ ଏହି ମ୍ୟାଚ୍ ଜିତିବା ପାଇଁ ଭରପୁର ଚେଷ୍ଟା କରିବ ଭାରତ। ନହେଲେ ସିରିଜି ହାତରୁ ଖସିଯିବ। ଚୂଡ଼ାନ୍ତ ଏକଦାଶରେ ଉମେଶ ଯାଦବଙ୍କ ସ୍ଥାନରେ ସିଦ୍ଧାର୍ଥ କୋଲଙ୍କୁ ମିଳିପାରେ ସୁଯୋଗ। ବ୍ୟାଟିଂକୁ ଅଧିକ ମଜଭୁତ କରିବା ପାଇଁ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ ସମ୍ଭାବନା ରହିଛି। ସେପଟେ ଅଷ୍ଟ୍ରେଲିଆ ସିରିଜ କବଜା ଲକ୍ଷ୍ୟରେ ରହିଛି। ତେଣୁ ଆଜିର ମ୍ୟାଚରେ କଡ଼ା ମୁକାବିଲା ହୋଇପାରେ।

Related posts