Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଏ ହେବ ମୁଖ୍ୟମନ୍ତ୍ରୀ, ତୋମାରଙ୍କ ମନ୍ତବ୍ୟ ପରେ ଜୋର ଧରିଲା ଚର୍ଚ୍ଚା
ଆଜିର ଖବର

କିଏ ହେବ ମୁଖ୍ୟମନ୍ତ୍ରୀ, ତୋମାରଙ୍କ ମନ୍ତବ୍ୟ ପରେ ଜୋର ଧରିଲା ଚର୍ଚ୍ଚା

March 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ: ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥ ଇସ୍ତଫା ଦେବାପରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟିର ଅଙ୍କ କଷା ଆରମ୍ଭ ହୋଇଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁନେଇ ଚର୍ଚ୍ଚା ଜୋର ଧରିଛି। ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂହ ଚୌହାନ ପୁଣି ମୁଖ୍ୟମନ୍ତ୍ରୀ ହେବେ ନା ଆଉ କାହାକୁ ଏହି ଦାୟିତ୍ଵ ଦିଆଯିବ? ତେବେ ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରଖିଛନ୍ତି। ସେ କହିଛନ୍ତି ଯେ ବିଜେପି ହାଇକମାଣ୍ଡ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଭୋପାଳ ଯିବା ପୂର୍ବରୁ ତୋମାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ଆରମ୍ଭ ହୋଇନାହିଁ କିନ୍ତୁ ଏହି ବିଷୟରେ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ ଯେ, କମଲ ନାଥଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଲାଲଜୀ ଟଣ୍ଡନ  ଗ୍ରହଣ କରିଛନ୍ତି, କିନ୍ତୁ ବିକଳ୍ପ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେ ନାଥଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି।

ତାଙ୍କ ଇସ୍ତଫା ପତ୍ରରେ ନାଥ କହିଛନ୍ତି, “ମୋର ୪୦ ବର୍ଷର ରାଜନୈତିକ ଜୀବନରେ ମୁଁ ସର୍ବଦା ଗଣତାନ୍ତ୍ରିକ ମୂଲ୍ୟବୋଧ ମାନିଛି। ଗତ ଦୁଇ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶରେ ଯାହା ଘଟିଲା ତାହା ଗଣତନ୍ତ୍ରର ବିରୋଧୀ। ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ନୂତନ ଅଧ୍ୟାୟ ପ୍ରସ୍ତୁତ କରାଯାଇଛି।”

ସେ କହିଛନ୍ତି, “ମୁଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ମଧ୍ୟପ୍ରଦେଶର ବିକାଶ ପାଇଁ ମୁଁ ମୋର ସମର୍ଥନ ଜାରି ରଖିବି।” (ଏଜେନ୍ସି)

 

madhyapradesh narendrasinghtomar
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026
Latest News

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.