ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ବନ୍ଦ ରଖିବା ପାଇଁ ବିଏମ୍‌ସିର ସତର୍କ ସୂଚନା

Published: Mar 20, 2020, 9:12 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବକୁ ହ୍ରାସ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂତନ ଘୋଷଣା କରାଯାଇଛି । କୋଭିଡ୍‌-19 ଅଧିନିୟମ 2020ର ଧାରା 3 ଏବଂ 11 ଅନୁଯାୟୀ ଏହି କଟକଣା ଜାରି କରାଯାଇଛି । କୋଭିଡ୍‌-19 କାରଣରୁ ସମସ୍ତ ବାର୍‌, ରେଷ୍ଟୁରାଣ୍ଟ, କଫିସପ୍‌, କ୍ୟାଣ୍ଟିନ୍‌ ପରି ସ୍ଥାନକୁ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ପୂର୍ବରୁ 7 ଜଣ ଲୋକ ଏକତ୍ର ଛିଡାହେବା ଉପରେ କଟକଣା ଜାରି କରାଯାଇଛି । ବଜାର ଘାଟ, ସପିଂ କମ୍ପ୍ଲେକ୍ସ, ଗାଁ ହାଟ ପ୍ରଭୃତିକୁ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଥିବା ଦୋକାନ ଗୁଡିକ କାର୍ଯ୍ୟକରିବ ବୋଲି ଜଣାପଡିଛି ।
ବନ୍ଦ ହେବାକୁ ଥିବା ଦୋକାନର ତାଲିକା :
1. ଅଳଙ୍କାର ସୋରୁମ୍‌ ଏବଂ ଦୋକାନ
2. ବୈଦ୍ୟୁତିକ ସାମଗ୍ରୀ ଦୋକାନ
3. ଚାରି ଚକିଆ ଯାନ ଏବଂ ସାଇକେଲ୍‌ ସୋରୁମ୍‌
4. କ୍ରୀଡା ଉପକରଣ ସୋରୁମ୍‌
5. ଫର୍ଣ୍ଣିଚର୍‌ ସୋରୁମ୍‌ ଏବଂ ଗୋଦାମ
6. ଜୋତା ଏବଂ ବ୍ୟାଗ୍‌ ସୋରୁମ୍‌
7. ମାର୍ବଲ୍‌/ଟାଇ ଗୋଦାମ
8. ଘଣ୍ଟା ସୋରୁମ୍‌ ଏବଂ ଦୋକାନ
9. ହୋମ୍‌ ପେଣ୍ଟସ୍‌ ଦୋକାନ
10.ବହି ଏବଂ ମାଗାଜିନ୍‌ ଷ୍ଟୋର୍‌
11. ଗିଫ୍ଟ ଦୋକାନ ଏବଂ ଶିଶୁ କେୟାର ଉତ୍ପାଦ

Related posts