Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ଆଜିର ଖବର

ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭୟଭୀତ ନହେବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନିବା ଲାଗି ସମସ୍ତଙ୍କୁ କହିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଘରେ କ୍ୱାରେଂଟାଇନ (ପୃଥକ ହୋଇ ରହିବା) ଲାଗି କୁହାଯାଇଛି ସେମାନେ ତାହା ପାଳନ କରନ୍ତୁ।

ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭୁଲିବେ ନାହିଁ-ସତର୍କ ରହିବେ ଭୟଭୀତ ନୁହେଁ! କେବଳ ଘର ଭିତରେ ରହିବା ଜରୁରି ନୁହେଁ ଆପଣ ରହୁଥିବା ସହର ଓ ନଗର ମଧ୍ୟରେ ରହିବା ମଧ୍ୟ ଜରୁରି। ଅନାବଶ୍ୟକ ଯାତ୍ରା ଆପଣଙ୍କୁ କିମ୍ବା ଅନ୍ୟମାନଙ୍କୁ ସହାୟକ ହେବ ନାହିଁ। ଏପରି ସମୟରେ, ଆମ ପକ୍ଷରୁ ପ୍ରତ୍ୟେକ ଛୋଟିଆ ପଦକ୍ଷେପ ଏକ ବଡ଼ ପ୍ରଭାବ ପକାଇବ।

ଏହି ସମୟରେ ଡାକ୍ତର ଓ ପ୍ରଶାସନର ପରାମର୍ଶକୁ ଆମେ ମାନିବା ଉଚିତ । ଘରେ ଅଲଗା ହୋଇ ରହିବା ଲାଗି ଯେଉଁମାନଙ୍କୁ କୁହାଯାଇଛି, ସେମାନେ ଦୟାକରି ନିର୍ଦ୍ଦେଶ ମାନନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଏହା ଆପଣମାନଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାରକୁ ସୁରକ୍ଷିତ ରଖିବ”। ନାଗରିକମାନଙ୍କୁ ସେବା ଯୋଗାଉଥିବା ଆଇଟି ପେସାଦାର ଏବଂ କର୍ମଚାରୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଆଗାମୀ ବର୍ଷଗୁଡ଼ିକରେ ସେମାନେ ସ୍ମରଣୀୟ ହୋଇ ରହିବେ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଥିଲେ, “ସେମାନେ ନାୟକ, ସେମାନେ ଅସାଧାରଣ ବ୍ୟକ୍ତିତ୍ୱ ଯେଉଁମାନଙ୍କ ଉଲ୍ଲେଖନୀୟ ଭୂମିକା ଆଗାମୀ ଦିନରେ ସ୍ମରଣୀୟ ହୋଇ ରହିବ ।”
ସମ୍ପୂର୍ଣ୍ଣ ଠିକ! ଭାରତ ଆମର ଆଇଟି ପେସାଦାରମାନଙ୍କୁ ନେଇ ଗର୍ବିତ। ସେମାନେ ନାଗରିକମାନଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଉଛନ୍ତି। ନବୋନ୍ମେଷକାରୀ ଏବଂ ପେସାଦାରମାନଙ୍କ ସମୁଦାୟ କୋଭିଡ-୧୯ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

covid19
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ଆଜି ଏପ୍ରିଲ ୯ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 9, 2026

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026

ଆଜି ଏପ୍ରିଲ ୯ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 9, 2026

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.