Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଚିକିତ୍ସା ଉପକରଣ ନିର୍ମାଣ କରିବା ପାଇଁ ୩୪୨୦ କୋଟିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ଆଜିର ଖବର

ଦେଶରେ ଚିକିତ୍ସା ଉପକରଣ ନିର୍ମାଣ କରିବା ପାଇଁ ୩୪୨୦ କୋଟିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

March 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଏଣିକି ବାହାର ଦେଶରୁ ଆଉ ଚିକିତ୍ସା ଉପକରଣ ଆମଦାନୀ କରାଯିବ ନାହିଁ। ଦେଶ ଭିତରେ ଏହି ଉପକରଣ ନିର୍ମାଣ କରିବା ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ନିମ୍ନଲିଖିତ ଯୋଜନାଗୁଡିକୁ ମଞ୍ଜୁରି ଦେଇଛନ୍ତି –

୧) ୪୦୦ କୋଟି ଟଙ୍କା ବ୍ୟୟରେ ୪ଟି ଚିକିତ୍ସା ଉପକରଣ ପାର୍କରେ ସାଧାରଣ ଭିତିଭୂମି ସୁବିଧା ବିକାଶ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା
୨) ୩୪୨୦ କୋଟି ଟଙ୍କାର ବ୍ୟୟବରାଦ ସହିତ ଚିକିତ୍ସା ଉପକରଣଗୁଡିକୁ ସ୍ୱଦେଶୀଭାବେ ନିର୍ମାଣକୁ ପ୍ରୋତ୍ସାହନ ଲାଗି ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା
ଉପରୋକ୍ତ ଯୋଜନା ଲାଗି ୨୦୨୦-୨୧ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥ ବ୍ୟୟ କରାଯିବ।

ଏହି ନିଷ୍ପତିରେ କଣ ରହିଛି

1-ଚିକିତ୍ସା ଉପକରଣ ଏକ ବିକାଶଶୀଳ କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ ଉପଚାର ବଜାରର ସମସ୍ତ କ୍ଷେତ୍ରରେ ଏହାର ବିକାଶ ଲାଗି ସର୍ବାଧିକ ସମ୍ଭାବନା ରହିଛି। ୨୦୧୮-୧୯ ବର୍ଷରେ ଏହି କ୍ଷେତ୍ରରେ ୫୦,୦୨୬ କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିଲା। ୨୦୨୧-୨୨ ସୁଦ୍ଧା ଏହି ପରିମାଣ ୮୬,୮୪୦କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିବାର ଆଶା କରାଯାଉଛି। ଚିକିତ୍ସା ଉପକରଣର ଘରୋଇ ଚାହିଦା ପୂରଣ ନିମନ୍ତେ ଭାରତ ୮୫ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଉପରେ ନିର୍ଭରଶୀଳ।
2-ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟଗୁଡିକ ସହ ଭାଗିଦାରୀ ମାଧ୍ୟମରେ ଦେଶରେ ଚିକିତ୍ସା ଉପକରଣ ପାର୍କ ବିକଶିତ କରିବା। ରାଜ୍ୟଗୁଡିକୁ ପ୍ରତି ପାର୍କ ଲାଗି ୧୦୦ କୋଟି ଟଙ୍କା ଲେଖାଏଁ ସର୍ବାଧିକ ଅନୁଦାନ ସହାୟତା ଯୋଗାଇ ଦିଆଯିବ।
3-ଚିକିତ୍ସା ଉପକରଣ କ୍ଷେତ୍ରକୁ ବିଭିନ୍ନ କାରଣରୁ କ୍ଷତି ସହିବାକୁ ପଡୁଛି । ଏସବୁ କାରଣ ମଧ୍ୟରେ ରହିଛି ପର୍ଯ୍ୟାପ୍ତ ମୌଳିକ ଭିତିଭୂମିର ଅଭାବ, ଘରୋଇ ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ, ଅଧିକ ବ୍ୟୟଭାର, ଗୁଣବକ୍ତାଯୁକ୍ତ ବିଦ୍ୟୁତ ଯଥେଷ୍ଟ ପରିମାଣରେ ଉପଲବ୍ଧ ନ ହେବା, ସୀମିତ ଡିଜାଇନ କ୍ଷମତା, ଗବେଷଣା ଓ ବିକାଶ ତଥା ଦକ୍ଷତା ବିକାଶ କ୍ଷେତ୍ରରେ ଯଥେଷ୍ଟ ଧ୍ୟାନ ନ ଦେବା ଓ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଅର୍ଥବ୍ୟବସ୍ଥା କାରଣରୁ ୧୨ ରୁ ୧୫ ପ୍ରତିଶତ ଉତ୍ପାଦନ ଅକ୍ଷମତା ବ୍ୟୟ।
4-ଚିକିତ୍ସା ଉପକରଣ କ୍ଷେତ୍ରରେ ଅଧିକ ନିବେଶ ଆକୃଷ୍ଟ କରି ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ। ୨୦୧୯-୨୦ ଆଧାର ବର୍ଷ ତୁଳନାରେ ବୃଦ୍ଧି ସମ୍ବନ୍ଧୀୟ ବିକ୍ରୀର ୫ ପ୍ରତିଶତ ଦରରେ ପ୍ରୋତ୍ସାହନ ଦିଆଯିବା ଲାଗି ଏହି ଯୋଜନାରେ ନିଷ୍ପତି ନିଆଯାଇଛି। ଚିହ୍ନଟ କରାଯାଇଥିବା ଚିକିତ୍ସା ଉପକରଣ କ୍ଷେତ୍ରରେ ସହାୟତା ପ୍ରଦାନ କରାଯିବ ।

କାର୍ଯ୍ୟାନ୍ୱୟନ-
ଚିକିତ୍ସା ଉପକରଣ ପାର୍କ ବିକଶିତ କରିବା ଲାଗି ଏହି ଯୋଜନାକୁ ରାଜ୍ୟ କାର୍ଯ୍ୟାନ୍ୱୟନ ଏଜେନ୍ସି (ଏସଆଇଏ) ଦ୍ୱାରା ଲାଗୁ କରାଯିବ। ସ୍ୱଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଦେବା ଲାଗି ପିଏଲଆଇ ଯୋଜନା ଔଷଧ ବିଭାଗ ଦ୍ୱାରା ନାମିତ ପ୍ରକଳ୍ପ ପରିଚାଳନା ଏଜେନ୍ସି (ପିଏମଏ) ଜରିଆରେ ଲାଗୁ କରାଯିବ। ୪ଟି ଚିକିତ୍ସା ଉପକରଣ ପାର୍କ ଲାଗି ସହଭାଗୀ ମୌଳିକ ସୁବିଧା ନିମନ୍ତେ ଆର୍ଥିକ ସହାୟତା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି। ପିଏଲଆଇ ଯୋଜନାର ଲକ୍ଷ୍ୟ ହେଉଛି ଚିକିତ୍ସା ଉପକରଣଗୁଡିକର ନିମ୍ନଲିଖିତ ଶ୍ରେଣୀ ଅନ୍ତର୍ଗତ ୨୫-୩୦ ନିର୍ମାତାମାନଙ୍କୁ ସହାୟତା ଉପଲବ୍ଧ କରାଇବା।
କ) କର୍କଟ ଚିକିତ୍ସା/ରେଡିଓଥେରାପି ଚିକିତ୍ସା ଉପକରଣ,
ଖ) ରେଡିଓଲୋଜି ଏବଂ ଇମେଜିଂ ଚିକିତ୍ସା ଉପକରଣ (ଆୟୋନାଇଜିଂ ଓ ନନ-ଆୟୋନାଇଜିଂ ରେଡିଏସନ ଉତ୍ପାଦ) ଏବଂ ନ୍ୟୁକ୍ଲିୟର ଇମେଜିଂ ଉପକରଣ
ଗ) କାର୍ଡିଓ ରେସ୍ପିରେଟ୍ରୀ ଶ୍ରେଣୀ ଓ ରିନଲକେୟାର ଚିକିତ୍ସା ଉପକରଣଗୁଡିକର କ୍ୟାଥେଟର୍ସ ସହିତ ଆନାସଥେଟିକ୍ସ ଏବଂ କାର୍ଡିଓ ରେସ୍ପିରେଟ୍ରୀ ଚିକିତ୍ସା ଉପକରଣ ଏବଂ
ଘ) କୋଚଲିୟର ଇମପ୍ଲାଂଟ୍ସ ଓ ପେସମେକର ଭଳି ସମସ୍ତ ପ୍ରତିରୋପଣ ଯୋଗ୍ୟ ବୈଦ୍ୟୁତିକ ଉପକରଣ।

ପ୍ରଭାବ-
ଚିକିତ୍ସା ଉପକରଣ ପାର୍କଗୁଡିକର ପ୍ରୋତ୍ସାହନ ଉପଯୋଜନା ଅନ୍ତର୍ଗତ ୪ଟି ଚିକିତ୍ସା ଉପକରଣ ପାର୍କରେ ସାଧାରଣ ମୌଳିକ ସୁବିଧା ବିକଶିତ କରାଯିବ। ଏହାଦ୍ୱାରା ଦେଶରେ ଚିକିତ୍ସା ଉପକରଣ ନିର୍ମାଣ ବ୍ୟୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଚିକିତ୍ସା ଉପକରଣର ସ୍ୱଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଫଳରେ ପିଏଲଆଇ ଯୋଜନା ସ୍ୱଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଦେବ, ଯାହାକି ଏହି କ୍ଷେତ୍ରରେ ବିପୁଳ ପୁଂଜି ନିବେଶ ଆକୃଷ୍ଟ କରିବ। ଏହାଦ୍ୱାରା ୫ ବର୍ଷ ମଧ୍ୟରେ ୬୮,୪୩୭ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ୩୩,୭୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

CabinetMeeting
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.