Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର : ଲକ୍‌ ଡାଉନ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ସଚେତନ କରାଉଛନ୍ତି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ୍‌
ଆଜିର ଖବର

ବାଣପୁର : ଲକ୍‌ ଡାଉନ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ସଚେତନ କରାଉଛନ୍ତି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ୍‌

March 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ଓ କଡା ସଚେତନତା କରାଯାଉଛି। ସହର ହେଉ କି ଗ୍ରାମ ସବୁଠୁ ଦେଖିବାକୁ ମିଳିଛି କରେନା ନେଇ ସତର୍କ ଓ ସଚେତନତା। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ବାଣପୁର-ବାଲୁଗାଁ ଅଞ୍ଚଳରେ ସର୍ବାଧିକ ବିଦେଶୀ ଫେରନ୍ତା ରହିଛନ୍ତି । ବାଣପୁରର ଏନେଇ କରୋନା ସତର୍କତାକୁ ବେଶ୍‌ କଡାକଡି କରାଯାଇଛି। ରାଜ୍ୟରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବାବେଳେ ବାଣପୁର ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସକାଳ ସମୟରେ ଏହି ନିୟମକୁ ଭାଙ୍ଗି ଜନ ଗହଳିର ଖବର ମିଳିଥିଲା। ଏହା ସମ୍ପର୍କରେ ଅଭିଯୋଗ କରାଯିବା ପରେ ପୋଲିସ୍‌ ଓ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ନିଜେ ଏହି ଘଟଣାର ତଦାରଖ କରିବା ସହିତ ସଚେତନତା କରାଇବା ସହ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସାଧାରଣରେ ଲକ୍‌ ଡାଉନ୍‌କୁ ମାନି ଘରେ ରହିଥିବାର ଦେଖାଯାଇଛି । ଲକ୍‌ଡାଉନ୍‌କୁ ନେଇ ଏନ୍‌ଏସି ଓ ପୋଲିସ୍‌ ତରଫରୁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା ମଧ୍ୟ କରାଯାଉଛି ।

ବାଣପୁର ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍‌ ଆଜି ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ୱାର୍ଡ ବୁଲି ବୁଲି  ଲକ ଡ଼ାଉନ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି  । ଯାନବାହାନ ଏପରିକି ସାଇକେଲ ଚାଳକମାନଙ୍କୁ ମଧ୍ୟ ଘରୁ ନ ବାହାରିବାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି । ବାହାର ରାଜ୍ୟରୁ ଆସିଥିବା ପାଞ୍ଚଜଣ ଯୁବକଙ୍କୁ ଅଧିକାରୀ ଜଣକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଇଥିଲେ । ଏନଏସି ଅଧିକାରୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି । ତେବେ ଆଜିର ସମୟରେ ସମସ୍ତେ ମିଳିମିଶି ସରକାର ତଥା ପ୍ରଶାସନର ନିର୍ଦ୍ଦେଶ ପାଳନ କଲେ ହିଁ ଆମେ କରୋନାକୁ ହରାଇପାରିବା ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026
Latest News

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଗୁଳିକାଣ୍ଡ ଘଟଣା: ଗିରଫ ହେଲେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ

July 15, 2026

ଜିଓହୋମ୍ ଟିଭି ପ୍ୟାକ୍ ଶୁଭାରମ୍ଭ; ମାସିକ ମାତ୍ର ୪୦୦ ଟଙ୍କାରେ ୧,୦୦୦+ ଲାଇଭ୍ ଟିଭି ଚ୍ୟାନେଲ୍

July 15, 2026

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.