ଭାଉଜର ଗରମ ପେଜରେ ଦିଅର ଗୁରୁତର

Published: Mar 24, 2020, 8:58 am IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ:  କୁଜଙ୍ଗ ବ୍ଲକ୍ ଜିଲାନାସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜମି ବାଡିକୁ ନେଇ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ଘଟି ଗୁରୁତର ଆହତ ହୋଇ ତଳେ ପଡିଥିବା ଦିଅର ଉପରେ ରାଗତମ ତମ ଭାଉଜ ଗରମ ପେଜରେ ଆକ୍ରମଣ କରିବା ପରି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡିକୁ ନେଇ ଚାଲିଥିବା ବିବାଦରେ ଶେଷରେ ଉଗ୍ର ରୂପ ନେବା ସହ ନେଇ ଗରମ ପେଜରେ ଦିଅର ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ଘଟଣାର ପ୍ରକାଶ ଯେ, ଜିଲାନୀସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜଗମୋହନ ବେହେରା ଓ ବଳରାମ ବେହେରାଙ୍କ ମଧ୍ୟରେ ଜମି ଜମା ବିବାଦକୁ ନେଇ ବିବାଦ ଲାଗିରହିଥିଲା। ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଆରମ୍ଭ  ହୋଇଥିଲା । ଜଗମୋହନର ପତ୍ନୀ ସଂଗୀତା ବେହେରାକୁ ଦେଢସୁର ବଳରାମ ଗାଳି ଗୁଲଜ ସହ ଅସଦ୍ ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ  ସମୟରେ ସାନ ଭାଇ ଜଗମୋହନ ଏହାର ତୀବ୍ର ବିରୋଧ କରିଥିଲେ। ଏହି ସମୟରେ ଜଗମୋହନ ପ୍ରତିବାଦ କରିବାରୁ ବଳରାମର ଠେଙ୍ଗାରେ ଶକ୍ତ ପ୍ରହାର ଦେଇଥିଲେ । ଏହି ପ୍ରହାର ଯୋଗୁଁ ଦେବାର ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଜଗମୋହନ ଗୁରୁତର ଭାବେ ତଳେ ପଡି ଯିବାରୁ ବଳରାମର ପତ୍ନୀ ଜ୍ୟୋସ୍ନା ବେହେରା କଡେଇରେ ଗରମ ପେଜ ଆଣି ଗୁରୁତର ଭାବେ ପଡିଥିବା ଜଗମୋହନଙ୍କ ପିଠିରେ ଢାଳି ଦେଇଥିଲା । ଫଳରେ ଗରମ ପେଜରେ ଗୁରୁତର ଭାବେ ଆହତ ଜଗନମୋହନଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ନିଆଯାଇଥିଲା । କୁଜଙ୍ଗ ଥାନାରେ ପରସ୍ପରଙ୍କ ଅଭିଯୋଗ ଆଧାରରେ ୯୦/୨୦ ଏବଂ ୯୧/୨୦ ଦୁଇଟି ମାମଲା ବିଭିନ୍ନ ଧାରାରେ ରୁଜୁ କରାଯାଇଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବା କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି।

Related posts