ଅଜଣା ଗାଡି ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ଶିଶୁ ଗୁରୁତର

Published: Mar 24, 2020, 9:39 am IST

ସମୀକ୍ଷା ବ୍ୟୁରୋ

ଅନୁଗୁଳ : ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଏନଏଚ୍‌-55 ଜରପଡା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତ୍ରିରେ ବାଇକ୍‌ରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ନୀଳମଣି ବେହେରା। ତାଙ୍କ ସ୍ତ୍ରୀ ଓ ଦୁଇ  ଶିଶୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ତ୍ରୀ ଓ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ରାତି ପ୍ରାୟ ୩ଟା ବେଳେ ଏ ଦୁର୍ଘଟଣା ଘଟିଥିବାର ଜଣାଯାଇଛି ।

Related posts