
ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ବରେ ଆଇଆଇସି ସଞ୍ଜୟ ପଟ୍ଟନାୟକ,ଏସ୍ଆଇ ଦିଗ୍ବିଜୟ ବିଶ୍ବାଳ, ଏସ୍ଆଇ ପ୍ରସନ୍ନ ଜେନା ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବା ସମୟରେ କରୋନା ପାଇଁ ଲାଗିଥିବା କଟକଣା ଉଲଂଘନ କରିବା ଅଭିଯୋଗରେ ଚାରିଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କେସ ନମ୍ୱର୍ ୯୭/୨୦ରେ ମାମଲା ରୁଜ୍ଜୁ କରାଯିବା ସହିତ ଏହି ଚାରି ଉଲଙ୍ଘନକାରୀଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୨୭୦ ଓ ୩୪ ଅନୁଯାୟୀ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିକଟଙ୍କୁ ପଠାଯାଇଛି।
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ତଥାପି ଲୋକମାନେ ଏହାକୁ ନ ମାନି ବାହାରେ ବୁଲୁଥିବାର ଦେଖାଯାଉଛି। ଲକ୍ ଡାଉନ୍ ଉଲ୍ଲଂଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଯେଉଁମାନେ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି ଅବସରରେ ବାଣପୁର ପୋଲିସ ଦୁଇଟା ବାଇକ୍ ଓ ଗୋଟିଏ ସ୍କୁଟି ମଧ୍ୟ ସିଜ କରିଛି। କରୋନା ସତର୍କତା ନେଇ ବାଣପୁର ପୋଲିସ ବେଶ ସକ୍ରିୟ ରହିଛି। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ସହିତ ଏନେଇ ସଚେତନତା ମଧ୍ୟ କରାଉଛି।