ମାଗଣାରେ ଚାଉଳ ବଣ୍ଟନ କରିବେ ସୌରଭ ଗାଙ୍ଗୁଲି

Published: Mar 25, 2020, 6:33 pm IST

କୋଲକାତା : କରୋନା ଭାଇରସ୍‌ ପ୍ରଭାବର ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହା ପ୍ରଭାବରେ ଦେଶବ୍ୟାପୀ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରକେଟ ଦଳ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚାଉଳ ବଣ୍ଟନ କରିବାର ନିଷ୍ପତ୍ତି ନେଇଛନ୍ତି ଗାଙ୍ଗୁଲି । ଏଥିପାଇଁ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଲାଲ୍‌ ବାବା ରାଇସ୍‌ କମ୍ପାନୀ ସହିତ ମିଳିତ ଭାବରେ ଗାଙ୍ଗୁଲି ସହାୟତାର ନିଷ୍ପତ୍ତି ନେଇଛନ୍ତି । ସେହିପରି ବେଙ୍ଗଲ କ୍ରିକେଟ୍‌ ସଂଘ ଏବଂ ଏହାର ସଭାପତି ଅଭିଷେକ ଡାଲମିୟା ଯଥାକ୍ରମେ 25 ଲକ୍ଷ ଏବଂ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । (ଏଜେନ୍ସି)

Related posts