ଜମ୍ମୁକାଶ୍ମୀରରୁ ପ୍ରଥମ ମୁଣ୍ଡ ନେଲା କରୋନା : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 600 ପାର୍‌ କଲା

Published: Mar 26, 2020, 9:44 am IST

ଜମ୍ମୁକାଶ୍ମୀର : ଦେଶରେ କରୋନା ମହାମାରୀ ବ୍ୟାପି ଚାଲିଥିବାବେଳେ ପୁଣି ଆଉ ଜଣଙ୍କର ମୁଣ୍ଡ ନେଇଛି। ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି। ଶ୍ରୀନଗରର ସିଡି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ରୋଗୀଙ୍କ ସମ୍ପର୍କରେ 4 ଜଣଙ୍କ ଲୋକ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭି ଆସିଛି। ଦେଶରେ କରୋନାକୁ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ ଭାବରେ 66ଟି ମାମଲା ସାମ୍ନାକୁ ଆସିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା 629 ରେ ପହଞ୍ଚିଛି। ଗତକାଲି କରୋନା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ଇନ୍ଦୋରର ଜଣେ 60 ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁର ଜଣେ ବୟସ୍କଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗୁଜୁରାଟର ଜଣେ 85 ବର୍ଷୀୟା ମହିଳାଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। କରୋନା ଯୋଗୁଁ ଦେଶର 25ଟି ରାଜ୍ୟ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ 125ଟି ମାମଲା ଆସିଥିବାବେଳେ କେରଳରେ 109ଟି ମାମଲା ସାମ୍ନାକୁ ଆସିଛି।

Related posts