କରୋନା ଔଷଧ ନିର୍ମାଣ ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କଲେ ବେଙ୍ଗାଲୁରୁ ଡାକ୍ତର

Published: Mar 27, 2020, 9:37 pm IST

ବେଙ୍ଗାଲୁରୁ : କରୋନା ରୋଗୀଙ୍କ ପାଇଁ ଖୁସିଖବର । କରୋନା ସଙ୍କ୍ରମଣଙ୍କ ନିମନ୍ତେ ଔଷଧ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ବେଙ୍ଗାଲୁରୁର ଜନୈକ ଡାକ୍ତର । ବେଙ୍ଗାଲୁରୁର ଅଙ୍କୋଲୋଜିଷ୍ଟ ବିଶାଲ ରାଓ ଭାରତ ସରକାରଙ୍କ ନିକଟରେ ଏହି ଆବେଦନ କରିଛନ୍ତି । ସାଇଟୋକିନ୍‌ ସହାୟତାରେ ବିଶାଲ ଏହି ଔଷଧ ନିର୍ମାଣ କରିବା ପାଇଁ ଆବେଦନ କରିଛନ୍ତି । ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାଇଟୋକିନ୍‌ ପ୍ରମୁଖ ଗ୍ରହଣ କରିଥାଏ । କୋଭିଡ୍‌-19 କ୍ଷେତ୍ରରେ ଶରୀରରେ ସାଇଟୋକିନ୍‌ କ୍ଷରଣ ବନ୍ଦ ହୋଇଯାଇଥାଏ । ଏହି ହରମୋନ୍‌କୁ ଔଷଧ ଭାବରେ ବ୍ୟବହାର କରି କରୋନା ସଙ୍କ୍ରମଣଙ୍କ ଚିକିତ୍ସା କରିବା ପାଇଁ ଭାରତ ସରକାରଙ୍କ ନିକଟରେ ରାଓ ଆବେଦନ କରିଛନ୍ତି । (ଏଜେନ୍ସି)

Related posts