
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦେଶରେ ଲକ୍ଡାଉନ୍ ପାଇଁ ଗତ 22 ତାରିଖରୁ ବନ୍ଦ ରହିଛି ବିମାନ ସେବା । ତେବେ ଆଜିଠାରୁ କାର୍ଗୋ ବିମାନ ସେବା ଆରମ୍ଭ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଆଣି ଭୁବନେଶ୍ବର ଆସିବ ବିମାନ । ରାୟପୁରରୁ ଅପରାହ୍ନ 3.30ରେ ଛାଡି 4.50ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଅପରାହ୍ନ 5.20ରେ ଛାଡି ରାତି 8.20ରେ ଦିଲ୍ଲୀ ପହଞ୍ଚିବ । ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ କାର୍ଗୋ ବିମାନ । ଲକ୍ ଡାଉନ୍ ପାଇଁ ଅନ୍ୟ ବିମାନ ସେବାକୁ ବନ୍ଦ କରାଯାଇଛି ।
Tags: cargoairservice, Lockdown