ନୂଆଗଡ ଗ୍ରାମରୁ ହରିଣ ଉଦ୍ଧାର

Published: Mar 28, 2020, 11:03 am IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗ ବ୍ଲକ ସାଂସଦ ପ୍ରତିନିଧି ସୁଢଳ କୁମାର ସ୍ବାଇଁଙ୍କ ତତ୍ତ୍ବବଧାନରେ  ନୂଆଗଡ ଗ୍ରାମବାସୀମାନେ ଗୋଟିଏ ହରିଣକୁ ଉଦ୍ଧାର କରି ପାରାଦ୍ବୀପ ଲକ ଥାନା ଆଇଆଇସି ପ୍ରଭାସ ସାହୁଙ୍କୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର କରିଥିବା ଗ୍ରାମବାସୀଙ୍କ ମଧ୍ୟରେ ଜ୍ଞାନଜିତ୍‌ ସ୍ବାଇଁ, ପ୍ରଭାସ ବେହେରା, ବିପିନ୍‌ ରାଉତ, ନାରାୟଣ ମଲ୍ଲିକ, ଗୁଣନିଧି ବେହେରା, ମଧୁସୂଦନ ନାଏକ, ରମାକାନ୍ତ ମଲ୍ଳିକ, ଦୁର୍ଯ୍ୟୋଧନ ରାୟ, ପରମାନନ୍ଦ ରାୟ ପ୍ରମୁଖ ରହିଛନ୍ତି। ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମକୁ ଗୋଟିଏ ହରିଣଟିଏ ପଶି ଆସିଥିଲା। ତେବେ ଏହା କେମିତି ଓ କେଉଁଠୁ ଆସିଥିଲା, ତାହା ସମ୍ପର୍କରେ ଜଣାପଡିନାହିଁ। ଗ୍ରାମବାସୀମାନେ ଏହାକୁ ଉଦ୍ଧାର କରି ସୁରକ୍ଷିତ ଭାବେ ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟଯେ, ରେଞ୍ଜର ପ୍ରତାପ ମହାନ୍ତି  ଏହି ଉଦ୍ଧାର ହରିଣଟିକୁ ଜଟାଧାରୀ ମୁହାଣରେ ଛଡାଯିବ ବୋଲି କହିଛନ୍ତି।

Related posts