Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଚୁଣୀ ଫାଣ୍ଡି ଅଧିକାରୀଙ୍କ ବଦାନ୍ୟତା: କରୋନା ସଚେତନତା ସହିତ ରନ୍ଧାଖାଦ୍ୟ ବଣ୍ଟନ
ଆଜିର ଖବର

ନାଚୁଣୀ ଫାଣ୍ଡି ଅଧିକାରୀଙ୍କ ବଦାନ୍ୟତା: କରୋନା ସଚେତନତା ସହିତ ରନ୍ଧାଖାଦ୍ୟ ବଣ୍ଟନ

March 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: କରୋନାର ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଥିବା ବେଳେ ଆଜି ନାଚୁଣୀ ପୋଲିସର ବଦାନ୍ୟତା ଦେଖିବାକୁ ମିଳିଛି। ଜନସାଧାରଣଙ୍କୁ ସଚେତନ କରିବାଠୁ ଆରମ୍ଭ କରି ଦିନ ରାତି ପ୍ରହରା ଦେବାରେ ବ୍ୟସ୍ତ ରହୁଛି ନାଚୁଣୀ ପୋଲିସ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଏକ ସଂବେଦନଶୀଳ ଅଞ୍ଚଳ ହୋଇଥିବାବେଳେ ଏଠାରେ ବେଶ ସଜାଗ ରହିଛି ପୋଲିସ। ନାଚୁଣୀ ପୋଲିସ ତରଫରୁ ବଜାର ଏବଂ ଗାଁ ରେ କରୋନା ସଚେତନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପରିବା ଦୋକାନ, ରାସନ ଦୋକାନ, ଔଷଧ ଦୋକାନ ଆଦିରେ ପୋଲିସ ତରଫରୁ ସାମାଜିକ ଦୂରତ୍ବ ରକ୍ଷା କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଆଜି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା ନାଚୁଣୀ ଅଞ୍ଚଳରେ। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ନାଚୁଣୀର ସଚେତନ ଯୁବଗୋଷ୍ଠୀ ଅଂଚଳରେ ଥିବା ଗରିବ ଗୁରୁବା, ଉଠା ପରିବାବିକାଳୀ, ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଓ ସୁଦୂର ଝାଡ଼ଖଣ୍ଡ ରାଜ୍ୟରୁ ଆସି ଲକ ଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ନିଃଶୁଳ୍କ ରନ୍ଧା ଖାଦ୍ୟ ବିତରଣ କରିଥିଲେ। ଏହାପରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ତୁରନ୍ତ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ କଥା ହୋଇ ଝାଡ଼ଖଣ୍ଡରୁ ଆସିଥିବା ଚାଳିଶି ଜଣ ଶ୍ରମିକ ମାନଙ୍କ ବିଷୟରେ ସୂଚନା ଦେଇ ତାଙ୍କ ରହିବା ଓ ଖାଇବା ବନ୍ଦୋବସ୍ତ ପାଇଁ ଅନୁରୋଧ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁରନ୍ତ କୁଲେଇ ଗ୍ରାମ ପଂଚାୟତ ସରପଞ୍ଚଙ୍କୁ ତାଙ୍କ ରହିବା ଖାଇବା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ପରବର୍ତ୍ତୀ ସମୟରେ ସେମାନଙ୍କୁ କୁଲେଇ ବାତ୍ୟା ଆଶ୍ରୟସ୍ଥଳୀରେ ସରପଞ୍ଚଙ୍କ ଦ୍ୱାରା ରହିବା ବ୍ୟବସ୍ଥା କରାଯାଇଥିଲା। ଏହି ଦୃଶ୍ୟ ଦେଖି ଝାଡ଼ଖଣ୍ଡ ଶ୍ରମିକମାନେ ଭାବପ୍ରବଣତା ହୋଇ କାନ୍ଦିପକାଇଥିଲେ ଓ ଫାଣ୍ଡି ଅଧିକାରୀଙ୍କୁ ସହୃଦୟ ଧନ୍ୟବାଦ ଜଣାଇଥିଲେ। ଜାତୀୟ ବିପତ୍ତି ସମୟରେ ସାଧାରଣ ଜନତା ପୋଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ବେଳେ ନାଚୁଣୀ ପୋଲିସର ଏପରି କାର୍ଯ୍ୟକୁ ଭୁୟସି ପ୍ରଶଂସା କରିଛନ୍ତି।

corona nachuni
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026

ତାମିଲନାଡୁରେ ସୀମା ନିର୍ଦ୍ଧାରଣ ବିରୋଧରେ ପ୍ରସ୍ତାବ?: ମୁଖ୍ୟମନ୍ତ୍ରୀ ବିଜୟ କହିଲେ…

August 12, 2026

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026
Latest News

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026

“ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

August 12, 2026

ତାମିଲନାଡୁରେ ସୀମା ନିର୍ଦ୍ଧାରଣ ବିରୋଧରେ ପ୍ରସ୍ତାବ?: ମୁଖ୍ୟମନ୍ତ୍ରୀ ବିଜୟ କହିଲେ…

August 12, 2026

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.