
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜିଠୁ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନାକାରଣରେ ବାହାରେ ବୁଲିଲେ ରୁଜୁ ହେବ ମାମଲା । ସିଜ୍ ହେବ ଗାଡି । ଏହି ପରିପ୍ରେକ୍ଷୀରେ ପରିବା କିଣିବାକୁ ବାଇକ୍ ନେଇ ଯିବାକୁ ବାରଣ କଲା ପୋଲିସ୍ । ଚାଲିକି ଯାଇ ନିକଟସ୍ଥ ସ୍ଥାନରୁ ପରିବା କିଣିବାକୁ ପରାମର୍ଶ ଦିଆଯାଇଛି। ଦୂରକୁ ବାଇକ୍ ନେଇ ପରିବା କିଣିବା ପାଇଁ ଗଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ମିଳିଛି। ସେହିପରି ପାସ୍କୁ ନବୀକରଣ କରାନଯିବା ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି ।