Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା: ରାହାମା ହାଟ ସ୍ଥାନାନ୍ତରିତ, ଆଜି ଘୁଂଚିବ କୁଜଙ୍ଗ ହାଟ
ଆଜିର ଖବର

କରୋନା ମୁକାବିଲା: ରାହାମା ହାଟ ସ୍ଥାନାନ୍ତରିତ, ଆଜି ଘୁଂଚିବ କୁଜଙ୍ଗ ହାଟ

March 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: ଆଜି କୁଜଙ୍ଗ ବ୍ଲକ୍ ପ୍ରଶାସନ ବ୍ଳକର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ରାହାମା ହାଟ ବଜାରକୁ ରାହାମା ମିନି ଷ୍ଟାଡିୟମକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ପ୍ରଶାସନ ବହୁବାର ଲୋକଙ୍କୁ ସଚେତନ କାଲା ପରେ ମଧ୍ୟ ଲୋକେ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ପ୍ରଶାସନ ଏହାର ବିକଳ୍ପଭାବେ ଏହି କାର୍ଯ୍ୟ କରିଥିବା ସୂଚନା ମିଳିଛି। ଆଜି ଜିଲ୍ଲା ଏସ୍‌ପି ପ୍ରକାଶ ଆର୍‌, କୁଜଙ୍ଗ ତହସିଲଦାର ପ୍ରଭାସ ରଂଜନ ବେହୁରା, କୁଜଙ୍ଗ ଏବିଡିଓ ସନ୍ତୋଷ କୁମାର ଶତପଥି, ଏସ୍‌ଡିପିଓ ଦିପକ ରଂଜନ ଜେନା, ରାହାମା ବଣିକ ସଂଘ ସଭାପତି ଜଟାଧାରୀ ଦାସ, ବଣିକ ସଂଘର ସମ୍ପାଦକ ସୁନାକର ବେହେରା, ତିର୍ତ୍ତୋଲ ଥାନା ଅଧିକାରୀ କୃଷ୍ଣ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସକାଳୁ କୁଜଙ୍ଗ ତହସିଲଦାର ଏହି ହାଟ ସ୍ଥାନାନ୍ତର ହେବା ନେଇ ସକାଳଳେ ଘୋଷଣା କରିଥିଲେ। ପ୍ରଶାସନ ପକ୍ଷରୁ ଦୁଇ ବେଳେ ୯ରୁ ୧୨ ଓ ଉପର ବେଳେ ୩ରୁ ୫ଟା ପର୍ଯ୍ୟ ହାଟ ବସିବାର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଅବସରରେ ଗତ କିଛି ଦିନ ହେଲା ପରିବା ବ୍ୟବସାୟୀ ଓ ଗ୍ରାହକ ହାଟରେ ସାମାଜିକ ଦୂରତାକୁ ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଏହି ପରି ପଦକ୍ଷପ ଗ୍ରହଣକୁ ସାଧାରଣରେ ସ୍ୱାଗତ କରାଯାଇଛି। ସେହି ପରି ଭାବେ ପ୍ରଶାସନ ଆସନ୍ତା କାଲି କୁଜଙ୍ଗ ସାପ୍ତାହୀକ ହାଟକୁ କୁଜଙ୍ଗ ନିୟମିତ ହାଟରୁ ସ୍ଥାନାନ୍ତରକରି ବନବିହାରୀ ହାଇସ୍କୁଲକୁ ଉଠାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

କୁଜଙ୍ଗ ବ୍ଲକ୍ ପଡିଆରେ ଗାଡି ମଟର ପାର୍କିଂ କରାଯିବ ଓ ଏହିଠାରୁ ଗ୍ରାହକମାନେ ଚାଲିଚାଲିଯାଇ କୁଜଙ୍ଗ ବିବି ହାଇସ୍କୁଲ ପଡ଼ିଆରୁ ହାଟକରିବେ ବୋଲି କୁଜଙ୍ଗ ଏବିଡିଓ ସନ୍ତୋଷ କୁମାର ଶତପଥି ଓ କୁଜଙ୍ଗ ଥାନା ଅଧିକାରୀ ଦିଲିପ୍‌ କୁମାର ସାହୁତହସିଲଦାର ପ୍ରଭାଷ କୁମାର ବେହେୁରା ପ୍ରମୁକ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶଯେ, କୁଜଙ୍ଗ ବଜାରରେ ପାରମ୍ପରିକଭାବେ ସପ୍ତାହକୁ ଦୁଇଥର ହାଟ ବସିଥାଏ। ମାତ୍ର କରୋନା କାରଣରୁ ସାମାଜିକ ଦୂରତ୍ୱ ରକ୍ଷାକରିବାନେଇ ପ୍ରଶାସନ ଚିନ୍ତିତ ହୋଇପଡ଼ିଥିଲା। ସେହିପରିଭାବେ ଲୋକମାନେ ମଧ୍ୟ ପ୍ରଶାସନର କଟକଣାକୁ ଗୁରୁତ୍ୱ ପ୍ରଦାନ କରୁନଥିଲେ। ଫଳରେ ସ୍ଥାନୀୟ ପ୍ରଶାସନ ସପ୍ତାହିକଭାବେ ସନିବାର ହାଟକୁ ସ୍ଥଗିତରଖି ମଙ୍ଗଳବାର ହାଟ ବିବିହାଇସ୍କୁଲରେ ବସାଇବାକୁ ନିଷ୍ପତି ଗ୍ରହଣ କରିଛି। ଏହି ପଦକ୍ଷେପକୁ କୁଜଙ୍ଗ ବଣିକ ସଙ୍ଘର ସଭାପତି ନୀରଞ୍ଜନ ସାହୁ ସ୍ୱାଗତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

October 3, 2025

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025

ଆଜି ଅକ୍ବୋବର ତିନି ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2025
Latest News

ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

October 3, 2025

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025

ଆଜି ଅକ୍ବୋବର ତିନି ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.