କୁଜଙ୍ଗ ବ୍ଳକରେ ରନ୍ଧାଖାଦ୍ୟ ଖାଇଲେ ୧୨୧୨ ଜଣ

Published: Mar 30, 2020, 9:15 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ: ରାଜ୍ୟ ସରକାରଙ୍କ
ନିଷ୍ପତ୍ତି କ୍ରମେ ଆଜି କୁଜଙ୍ଗବ୍ଳକର ବିଭିନ୍ନ ପଂଚାୟତର ୧୨୧୨ ଜଣ ଗରିବ, ଅସହାୟ ବ୍ୟକ୍ତି ମାନଙ୍କ ବିଭିନ୍ନ ପଂଚାୟତ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ମୋଟ ୨୮ଟି ପଂଚାୟତ ମଧ୍ୟରୁ ୧୭ଟି ପଂଚାୟତର ୧୨୧୨ଜଣ ଅସହାୟ ଏବଂ ଗରିବ ମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯାଇଛି ସ୍ଥାନୀୟ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ସହାୟତାକ୍ରମେ ଏହି କାର୍ଯ୍ୟକ୍ରମ ସମ୍ପଦନ କରାଯାଇଥିବା ଜଣାପଡ଼ିଛି ମୋଟ ୧୦୯୧ଜଣ ବୟସ୍କ ଏବଂ ୧୨୧ ଜଣ ନାବାଳକ, ନାବଳିକା ମାନଙ୍କୁ ଏହି ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ବାଲିଆ.ଭୂତମୁଣ୍ଡାଇ, ବିଶ୍ୱାଳୀ,ଫତେପୁର,ଗଣ୍ଡକିପୁର, ଗରେଇ, ଗୋପିଆକୁଦ, ଗୋରଡ଼, କାଠକୋଟ, କୁଜଙ୍ଗ,ମଙ୍ଗରାଜପୁର, ନୂଆଗଡ଼, ପଙ୍କପାଳ, ପାରାଦୀପଗଡ଼, ସାଇଲୋ, ତାଳପଡ଼ା, ଜିଲ୍ଲାନାସୀ ପ୍ରମୁଖ ପଂଚାୟତରେ ଏହି ଖାଦ୍ୟ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଅଗପାଳ, ବଡ଼ବାଲିକଣୀ, ବଗଦିଆ,
ବାଗୋଇ,ବଣିତୋ, ହଂସୁରା,କୋଠୀ,ମହ୍ଲାସାହୀ,ପଣ୍ଡୁଆ,ପାଟପୁର,ପୋତାନଇ ପ୍ରଭୃତି ପଂଚାୟତରେ ଆଜି ଖାଦ୍ୟ ପ୍ରଦାନ କରାଯାଇ ନଥିବାବେଳେ ଆସନ୍ତା ଦିନରେ ଏହି ପଂଚାୟତ ମାନଙ୍କରେ ମଧ୍ୟ ରନ୍ଧାଖାଦ୍ୟ ପ୍ରଦାନ କରାଯିବ ବୋଲି ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ପ୍ରକାଶ କରିଛନ୍ତି

Related posts