Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁମ୍ପି ଭାଙ୍ଗି 800 ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପହଞ୍ଚାଇଲେ ପିଲାମାନେ
ଆଜିର ଖବର

କୁମ୍ପି ଭାଙ୍ଗି 800 ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପହଞ୍ଚାଇଲେ ପିଲାମାନେ

March 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ଖଟିଖିଆ ଶ୍ରମିକମାନେ ଏବେ ନିଜ ଭିଟାମାଟି ଅଭିମୁଖେ ପଳାୟନ କରୁଛନ୍ତି । ସେମାନେ ମୁଠାଏ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏପରି ଖବର ଆମ ହୃଦୟକୁ ବିଚଳିତ କରୁଥିବାବେଳେ ଅପରପକ୍ଷରେ ଏହି ଦୁଃଖୀ ଗରିବଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ପିଲାମାନେ। ଏହି ପିଲାମାନେ ପ୍ରାୟ 800ଜଣ ଖଟିଖିଆଙ୍କ ଖାଦ୍ୟ ପାଇଁ ନିଜ ସଞ୍ଚିତ ପଇସାରେ ସେମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛନ୍ତି । ପିଲାମାନେ ମାନବତାର ଉଦାହରଣ ସ୍ବରୂପ ନିଜ କୁମ୍ବି ଭାଙ୍ଗି ନିଜ ସଞ୍ଚିତ ଅର୍ଥରେ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ କିଣି ସେମାନଙ୍କ ନିକଟରେ ପହଞ୍ଚାଇଛନ୍ତି। ଏହି ପିଲାମାନେ ଖଟିଖିଆଙ୍କ 15ରୁ 20 ଦିନ ଚଳିବା ନିମେନ୍ତ 800 ଜଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଅଟା, ଚାଉଳ, ଡାଲି, ତେଲ, ଚିନି ଓ ଲୁଣ ପ୍ୟାକେଟ୍‌ ଆଦି କିଣି ପହଞ୍ଚାଇଛନ୍ତି।

ଲକ୍ ଡାଉନ୍‌ ଯୋଗୁଁ କାର୍ଯ୍ୟ ବନ୍ଦ ଯୋଗୁଁ ଶ୍ରମିକମାନେ ସହର ଛାଡି ନିଜ ଭିଟାମାଟି ମୁଖେ ପଳାୟନ କରୁଥିବାବେଳେ କରୋନା ସଂକ୍ରମଣ ଅଧିକ ରହୁଥିବାରୁ ସରକାରଙ୍କ ତରଫରୁ ମଧ୍ୟ ସେମାନଙ୍କ ସୁବିଧା ନିମେନ୍ତ ବ୍ୟବସ୍ଥା କରାଯାଉଛି ।

ଯଦି ଶ୍ରମିକମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯିବ, ସେମାନେ ତେବେ ପଳାୟନ କରିବେ ନାହିଁ ବୋଲି ପିଲାମାନେ ମତ ଦେଇଛନ୍ତି। ଯାହା ଫଳରେ ସଂକ୍ରମଣର ସମ୍ଭାବନାକୁ ଏଡାଇ ଦେଇ ହେବ । ପିଲାମାନଙ୍କର ମାନବିକତା ଏବେ ଆମ ପାଇଁ ଉଦାହରଣ ପାଲଟିଛି। ଦେଶର ଏପରି ସଂକଟ ସମୟରେ ଆମେ ସରକାରଙ୍କ ନିୟମ ପାଳନ କରିବା ସହିତ ଅସହାୟଙ୍କ ନିମେନ୍ତ ସାହାଯ୍ୟ କରିବା ଆଜିର ସମୟରେ ବିଶେଷ ଆବଶ୍ୟକତା ହୋଇପଡିଛି । (ଏଜେନ୍ସି)

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026
Latest News

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.