କରୋନା ଭାଙ୍ଗିଲା ପରମ୍ପରା : ଆଜି ଅଶୋକାଷ୍ଟମୀରେ ଗଡିବନି ରୁକୁଣା ରଥ !

Published: Apr 1, 2020, 2:31 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଅଶୋକାଷ୍ଟମୀ। ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଉତ୍ସବ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତଥର କରୋନା କଟାକଣା ଯୋଗୁଁ ରୁକୁଣା ରଥ ଗଡିବ ନାହିଁ । ସାରା ଦେଶ ଓ ରାଜ୍ୟରେ କରୋନା ମୁକାବିଲା ଲାଗି ଲକ୍ ଡାଉନ ପାଳନ କରାଯାଉଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳିକୁ ଏଡାଇବା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି । କିନ୍ତୁ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା । ତେବେ ପ୍ରଶାସନର ଅନୁମତି ମିଳିନଥିବାରୁ ରଥଟଣା ଯିବ ନାହିଁ । ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ରୁକୁଣା ରଥ ଟଣାକୁ ଅନୁମିତ ଦେଇହେବ ନାହିଁ ବୋଲି ମନ୍ଦିର କାର୍ଯ୍ୟାଳୟକୁ ଚିଠି ଦେଇଥିଲେ ।

ସୂଚନାଥାଉ କି,  ରଥଯାତ୍ରାର ପୂର୍ବଦିନ ସନ୍ଧ୍ୟାଧୂପ ପରେ ମୁକ୍ତେଶ୍ୱର ମରିଚୀକୁଣ୍ଡରୁ ଜଳ ଅଣାଯାଇ ରଥ ପ୍ରତିଷ୍ଠା କରାଯାଇଥାଏ । କିନ୍ତୁ ଚଳିତ ଥର ଏହି ବିଧିକୁ ପାଳନ କରାଯାଇନାହିଁ ।  ସେହିପରି ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ନେଇ  ଆଜି ସକାଳୁ ହେବାକୁ ଥିବା ବିଭିନ୍ନ ନୀତିକାନ୍ତି ବି ହୋଇନି। ତେଣୁ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସଂଶୟ ଦେଖାଦେଇଛି। ଆଜି ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ହେଉନଥିବାରୁ ମହା ପରମ୍ପରା ଭଙ୍ଗ ହୋଇଥିବା କୁହାଯାଇଛି ।

Related posts