କରୋନା ଅପଡେଟ୍‌ : ଆମେରିକାରେ ଦିନକରେ ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ

Published: Apr 2, 2020, 8:39 am IST

ନୂଆଦିଲ୍ଲୀ : ଚାଇନାର ବୁହାନ ସହରରୁ ସାରା ଦେଶକୁ ବ୍ୟାପିଥିବା ଭୟଙ୍କର କରୋନା ଏବେ ଦେଶର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ କବଳିତ କରି ରଖିଛି । ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏଥିରୁ ନିସ୍ତାର ପାଇପାରିନାହିଁ। ଆମେରିକାରେ  ବିଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଞ୍ଚ ହଜାର ପାର କରିଛି । ଚୀନ୍‌ଠାରୁ ଆମେରିକାରେ ଅଧିକ ମୃତ୍ୟୁ ହୋଇଛି ।  କେବଳ ନ୍ୟୁୟର୍କରେ ଦୁଇହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି ।  ଆମେରିକାରେ ଛଅ ସପ୍ତାହର ଜଣେ ଶିଶୁର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି ।  ଆମେରିକାରେ ସର୍ବମୋଟ୍‌ 2,15,174 ଜଣ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଇଟାଲୀରେ ଏକ ଲକ୍ଷରୁ ଅଧିକ ଉର୍ଦ୍ଧ୍ବ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ 13 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ଆମେରିକା ଓ ଇଟାଲୀ ପରେ ସ୍ପେନ୍‌ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସ୍ପେନ୍‌ରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 9ହଜାରରୁ ଉର୍ଦ୍ଧ୍ବ ରହିଛି । ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି ।

ସେହିପରି ଜର୍ମାନୀ, ଫ୍ରାନ୍ସ, ଇରାନ୍‌, ୟୁକେ, ସ୍ବିଜରଲାଣ୍ଡ, ତର୍କୀ, ନେଦାରଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଭାରତ ପରି ବହୁ ରାଷ୍ଟ୍ରରେ ଏହି କରୋନା ବେଶ୍‌ ଭୟଙ୍କର ଭାବରେ ମାଡ଼ି ଚାଲିଛି ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Related posts