ଏକାଠି ନଜର ଆସିବେ ଅକ୍କି ଓ ଶାହରୁଖ୍‌

Published: Feb 28, 2019, 6:29 pm IST
shah rukh khan & akshay kumar together

ବଲିଉଡ୍‌ର ଦୁଇ ସୁପରଷ୍ଟାର୍‌ ଏକାଠି ନଜର ଆସିବେ । ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଓ କିଙ୍ଗ୍‌ ଖାନ ଶାହରୁଖ୍‌ ଖାନ ଏକ ଫିଲ୍ମର ଏକାଠି ନଜର ଆସିବେ  । ମିଳିଥିବା ସୂଚନା ଅନୁସାରେ ମଲାୟଲମ୍‌ ଫିଲ୍ମ ‘କୋଡିସମକ୍ଷମ୍‌ ଓ୍ବାଲନ୍‌ ଓ୍ବକିଲ୍‌’ର ହିନ୍ଦୀ ରିମେକ୍‌ରେ ଦୁହେଁ ନଜର ଆସିବେ । ତେବେ ଦୁହେଁ ଦୁହିଁଙ୍କ ଫିଲ୍ମରେ ପ୍ରାୟ ସମୟରେ କେମିଓ କରିଛନ୍ତି । କିନ୍ତୁ ଗୋଟେ ଫିଲ୍ମର ଏଇ ଦୁଇ ବଡ଼ କଳାକାରଙ୍କ ଅଭିନୟ ପାଇଁ ଦର୍ଶକେ ବେଶ୍‌ ଆଶାବାଦୀ ଥିଲେ । ଜଲିଏଲ୍‌ଏଲ୍‌ବିର ତୃତୀୟ ସଂସ୍କରଣ ପାଇଁ ଏହି ଦୁଇ କଳାକାରଙ୍କ ଭିତରେ ଟିକେ ମତାନ୍ତର ଘଟିଥିଲା ବୋଲି ସୂଚନା ରହିଥିଲା । ତେବେ ସେ ଯାହା ବି ହେଉ ଶାହରୁଖ ଓ ଅକ୍ଷୟ ଉଭୟ ଏକ ଫିଲ୍ମରେ ଅଭିନୟ କରିବା ନେଇ ଦର୍ଶକଙ୍କୁ ଏକ ବହୁତ ବଡ ସରପ୍ରାଇଜ୍‌ ଦେଇଛନ୍ତି । ‘ଜିରୋ’ ଫିଲ୍ମର ଅସଫଳତା ପରେ ଶାହରୁଖ୍‌ ବର୍ତ୍ତମାନ ଟିକେ ଫିଲ୍ମ ଚୟନକୁ ନେଇ ବେଶ୍‌ ଚୁଜି ହୋଇଛନ୍ତି । ପୂର୍ବରୁ ‘ଦିଲ୍‌ ତୋ ପାଗଲ୍‌ ହୖ’ରେ ଅକ୍ଷୟ ଶାହରୁଖ୍‌ଙ୍କ ସହ ନଜର ଆସିଥିଲେ, କିନ୍ତୁ ଏହି ଫିଲ୍ମରେ ଅକ୍ଷୟଙ୍କ ଭୂମିକା ବହୁତ ଛୋଟ ଥିଲା ।

Related posts