Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୁକପକ୍ଷୀକୁ ନେଇ ବାଣପୁରରେ ଉତ୍ତେଜନା, ନିଳାଦ୍ରିପ୍ରସାଦ ଗ୍ରାମବାସୀ ଓ ବନ ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ
ଆଜିର ଖବର

ଶୁକପକ୍ଷୀକୁ ନେଇ ବାଣପୁରରେ ଉତ୍ତେଜନା, ନିଳାଦ୍ରିପ୍ରସାଦ ଗ୍ରାମବାସୀ ଓ ବନ ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ

April 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ ଡାଉନ୍‌ ଚାଲିଥିବାବେଳେ ବାଣପୁରରେ ସାମାନ୍ୟ ଶୁଆ ପକ୍ଷୀକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ଏହି ଘଟଣାକୁ ନେଇ  ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ବହୁ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଛି।

ମିଳିଥିବା ସୂଚନା ଅନୁସାରେ ନିଳାଦ୍ରି ପ୍ରସାଦ ଗ୍ରାମବାସୀମାନେ ଏକ ଶୁଆକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ହୋଇଥିବା ଝଗଡାକୁ ନେଇ ବାଣପୁର ଥାନାରେ ଏତଲା ଦେଇଛନ୍ତି। ଗତକାଲି ସକାଳ ୧୧ ଘଟିକାରେ କିଛି ଛୋଟ ପିଲା ଶୁଆ ପକ୍ଷୀକୁ ନେଇ ଯାଉଥିବାବେଳେ କିଛି ଯୁବକ ସେହି ଶୁକପକ୍ଷୀକୁ ଉଦ୍ଧାର କରି ବଣରେ ଛାଡିବା ନିମନ୍ତେ ଚେଷ୍ଟା କରୁଥିବାବେଳେ ବନ ଅଧିକାରୀଙ୍କ କ୍ରୋଧର ଶିକାର ହୋଇଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଫରେଷ୍ଟ ଡିପାର୍ଟମେଣ୍ଟର ଜଣେ ରେଞ୍ଜର ପାହ୍ୟାର ଅଫିସର ସହ ଫରେଷ୍ଟ ଗାର୍ଡ ସହ ନିଳାଦ୍ରିପ୍ରସାଦ ଗ୍ରାମର ବିଶ୍ବ ନାମ୍ନୀଜଣେ ଯୁବକ ଓ ତାଙ୍କର ଅନ୍ୟ ସହଯୋଗୀଙ୍କଠୁ ଶୁଆ ପକ୍ଷୀଟିକୁ ନେଇ ତାଙ୍କୁ ଗାଡ଼ିରେ ବସିବାକୁ ବାଧ୍ୟ କରିଥିଲେ। ଏହାକୁ ନେଇ ସେହି ଯୁବକମାନେ ଏହାକୁ ବିରୋଧ କରିବା ସହିତ କ’ଣ ପାଇଁ ଗାଡ଼ିରେ ବସିବାକୁ କୁହାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଶୁକ ପକ୍ଷୀକୁ ଉଦ୍ଧାର କରିବା କ’ଣ ଭୁଲ ବୋଲି ଯୁବକମାନେ ବନ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଯଦି ଏହା ଭୁଲ୍‌ ତେବେ ଜଙ୍ଗଲରୁ କାଠ କିପରି ଚୋରି ହେଉଛି ବୋଲି ଯୁକ୍ତି କରିଥିଲେ ଯୁବକମାନେ।

ଏହା ପରେ ଫରେଷ୍ଟ ଗାର୍ଡ ଜଣକ ଯୁବକମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହିତ ଯୁବକଙ୍କୁ ଧମକ ଦେଇଥିଲେ। ପରିସ୍ଥିତି ବେଶ୍‌ ଉତ୍ତେଜନାମୟ ହେବାରୁ ଯୁବକମାନେ ଉପରିସ୍ଥ ଅଧିକାରୀଙ୍କୁ ଡାକି ଏହାର ସମାଧାନ ପାଇଁ କହିଥିଲେ। କିନ୍ତୁ ସେହି ବନ ଅଧିକାରୀମାନେ ସେମାନଙ୍କ ଷ୍ଟାପ୍‌ ଏବଂ ସ୍ପେଶିଆଲ ଫୋର୍ସଙ୍କୁ ଡାକି ଗ୍ରାମବାସୀଙ୍କ ସମେତ ଯୁବକଙ୍କୁ ନିର୍ଦ୍ଧୁମ ବାଡେଇ ଲହୁଲହାଣ କରିଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଏହି ଘଟଣାରେ ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବନ ଅଧିକାରୀଙ୍କ ଏପରି ଅମାନବୀୟ କାର୍ଯ୍ୟକୁ ନେଇ ସମ୍ପୃକ୍ତ ଗ୍ରାମବାସୀ ଥାନାରେ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି।

ଅପରପକ୍ଷରେ ଏହି ଘଟଣାକୁ ନେଇ ଡେପୁଟି ରେଞ୍ଜର ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି। ଶୁକ ପକ୍ଷୀକୁ ଉଦ୍ଧାର କରିବାକୁ ଯାଇଥିବାବେଳେ ଗ୍ରାମବାସୀମାନଙ୍କ ସହିତ ବନ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର କହିଛନ୍ତି। ଗ୍ରାମବାସୀମାନେ ବନ ଅଧିକାରୀଙ୍କ ବହୁ ଗାଡି ଭାଙ୍ଗିଥିବାବେଳେ ଚାରି ଜଣ ଆହତ ହୋଇଥିବାର ଅଭିଯୋଗ କରିଛନ୍ତି ଡେପୁଟି ରେଞ୍ଚର୍। ଗତକାଲି ବାଣପୁର ଥାନା ତରଫରୁ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିବାବେଳେ ଏହା ସମ୍ଭବ ହୋଇପାରିନଥିଲା। ବାଣପୁର ଥାନାରେ ଏହାକୁ ନେଇ ଦୁଇ ପୃଥକ ପୃଥକ ଅଭିଯୋଗ ଦାଏର କରାଯାଇଥିଲା। ଆଜି ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ଉଭୟ ପକ୍ଷଙ୍କ ସହ ଏହି ସମସ୍ୟାର ସମାଧାନ କରିବେ ବୋଲି ଜଣାପଡିଛି।

କରୋନା ଭାଇରସ୍‌କୁ ନେଇ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ସାମାନ୍ୟ ଶୁକ ପକ୍ଷୀକୁ ନେଇ ବାଣପୁରରେ ହୋଇଥିବା ଉତ୍ତେଜନାମୟ ପରିବେଶକୁ ସାଧାରଣରେ ନିନ୍ଦା କରାଯାଉଛି। ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଉଥିବାବେଳେ ଶୁକ ପକ୍ଷୀକୁ ନେଇ ବାଣପୁର ଅଞ୍ଚଳରେ ଦେଖାଦେଇଥିବା ଏପରି ପରିସ୍ଥିତିକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀମାନେ।

ବାଣପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ-୨୦୨୬ ଉଦ୍‌ଘାଟିତ, ସହରୀ ପରିବହନରେ ଡିଜିଟାଲ୍ ବିପ୍ଳବ ଉପରେ ଗୁରୁତ୍ୱ

October 24, 2026

ତାମିଲନାଡୁରେ SIR ଝଡ଼: ବୈଠକରୁ ଓହରିଲେ TVK-DMK, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତେଜିଲା ରାଜନୀତି!

October 24, 2026

ଦିଲ୍ଲୀ ହାଇକୋର୍ଟରେ ନେହା ବୋରାଙ୍କ ରିଟ୍ ପିଟିସନ୍ ଖାରଜ

October 24, 2026

୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା

October 24, 2026
Latest News

ଚିନ୍ମୟ ମିଶନର ଆଧ୍ୟାତ୍ମିକ ଯାତ୍ରାରୁ ବିକଶିତ ଭାରତର ସଂକଳ୍ପ, ଯୁବଶକ୍ତିକୁ ନେଇ ମୋଦୀଙ୍କ ବଡ଼ ଆହ୍ୱାନ

October 24, 2026

ଭୁବନେଶ୍ୱରରେ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ-୨୦୨୬ ଉଦ୍‌ଘାଟିତ, ସହରୀ ପରିବହନରେ ଡିଜିଟାଲ୍ ବିପ୍ଳବ ଉପରେ ଗୁରୁତ୍ୱ

October 24, 2026

୧୧ ମାସର ଶିଶୁକୁ ମିଳିଲାନି କ୍ଷୀର, ସିଙ୍ଗାପୁର ଏୟାରଲାଇନ୍ସକୁ ₹୫୦ ହଜାର କ୍ଷତିପୂରଣ ନିର୍ଦ୍ଦେଶ

October 24, 2026

ତାମିଲନାଡୁରେ SIR ଝଡ଼: ବୈଠକରୁ ଓହରିଲେ TVK-DMK, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ତେଜିଲା ରାଜନୀତି!

October 24, 2026

କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ସବ୍ବିନେନୀ ମେଘନା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.