୩୧୨ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କଲା ଦକ୍ଷିଣ ପଶ୍ଚିମ ରେଳବାଇ

Published: Apr 2, 2020, 8:18 pm IST

ବେଙ୍ଗାଲୁରୁ : କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛି ଭାରତୀୟ ରେଳବାଇ । ପୂର୍ବରୁ ରେଳବାଙଇ ପକ୍ଷରୁ ୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ଘୋଷଣା କରାଯାଇଥିବା ବେଳେ ଗୁରୁବାର ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ୩୧୨ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ନେଇ ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ହୁବ୍ୱାଳୀ ରେଳବାଇ ୱାର୍କସପ୍‌ର ୧୨୦ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଥିବା ବେଳେ , ମହୀଶୂରର ୧୨୦ଟି ବଗି, ହୁବ୍ୱାଳୀ ଡିପୋଟ୍‌ର ୧୮ଟି ବଗି, ବେଙ୍ଗାଲୁରୁ,ୟଶୱନ୍ତପୁର ଏବଂ ମହୀଶୂର ଡିପୋଟର ୧୮ଟି ଲେଖାଏଁ ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି ।

Related posts