ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ସହରର ତାପମାତ୍ର 41 ଡିଗ୍ରୀରେ ପହଁଚିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ତାଳଚେର ଓ ଟିଟିଲାଗଡରେ 41 ଡିଗ୍ରୀ ତାପମାତ୍ରା ରହିଛି। ଟିଟିଲାଗଡର ତାପମାତ୍ରା 41.00 ଡିଗ୍ରୀ ଥିବା ବେଳେ ତାଳଚେରର ତାପମାତ୍ର 41.1 ଡିଗ୍ରୀ ରହିଛି। ସେହିପରି ଆଜି ରାଜ୍ୟର ତିନୋଟି ସହରରେ 40 ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ 10ଟି ସହରର ତାପମାତ୍ରା 39 ଡିଗ୍ରୀ ଉପରେ ରହିଛି। ଯଦି ବର୍ତ୍ତମାନଠାରୁ ଏପରି ଗରମ ହେଉଛି ତେବେ ଭବିଷ୍ୟତରେ ଏହା ଆହୁରି ସ୍ଥିତି ଖରାପ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଆଜି 40 ଡିଗ୍ରୀ ଉପରେ ଥିବା ତିନୋଟି ସହର ହେଲା ବଲାଙ୍ଗୀର, ମାଲକାନାଗିରି ଏବଂ ବଉଦ। ଏଥିସହିତ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ଅନ୍ୟାନ୍ୟ ସହରର ତାପମାତ୍ରା ହେଲା….



