ରାତି ଅଧିଆ କୁଜଙ୍ଗ ଏବିଡିଓଙ୍କ ବଦଳି ପ୍ରସଙ୍ଗ : ଅତିରିକ୍ତ ତହସିଲଦାର ପୂଜା ଲେଙ୍କାଙ୍କୁ ବିଡିଓ ଦାୟିତ୍ବ

Published: Apr 4, 2020, 5:36 pm IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : କୁଜଙ୍ଗ ବ୍ଲକର ଅତିରିକ୍ତି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳି ପରେ ଆଜି ଜିଲ୍ଲାପାଳ ଅତିରିକ୍ତ ତହସିଲ ଦାରଙ୍କୁ ନୂତନ ବିଡିଓ ଦାୟିତ୍ବ ଦେଇଛନ୍ତି । ରାତିଅଧିଆ ଏବିଡିଓଙ୍କ ବଦଳିକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ବ୍ଲକର ବିଡିଓ ଭାବରେ ଅତିରିକ୍ତ ବିଡିଓ ସନ୍ତୋଷ କୁମାର ଶତପଥୀ କାର୍ଯ୍ୟ କରୁଥିଲେ। କିନ୍ତୁ ଅଚାନକ ଗତକାଲ ରାତିରେ ତାଙ୍କୁ ବଦଳି କରାଯାଇଛି। ହଠାତ୍‌ ଏପରି ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ରାତି ଅଧିଆ ବଦଳିକୁ ନେଇ ଅନେକ ଚର୍ଚ୍ଚା ହେବା ସହ ଏନେଇ ଖବର ମଧ୍ୟ ପ୍ରକାଶିତ ହୋଇଥିଲା। ଖବର ବାହାରିବା ପରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତୁରନ୍ତ କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଅତିରିକ୍ତ ତହସିଲଦାର ପୂଜା ଲେଙ୍କାଙ୍କୁ ବିଡ଼ିଓ ଦାୟିତ୍ୱ ଦେଇଛନ୍ତି । ସେହିପରି କୁଜଙ୍ଗ ବ୍ଲକ୍ ରେ ଗ୍ରାମ ପଞ୍ଚାୟତ ଅଫିସର୍ (ଜିପିଓ) ଦାୟିତ୍ବରେ ଥିବା ସତ୍ୟଜିତ ସ୍ବାଇଁ ପଦୋନ୍ନତି ପାଇ ଅତିରିକ୍ତ ବିଡ଼ିଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, କୁଜଙ୍ଗ ବ୍ଲକର ବିଡିଓ ହେମନ୍ତ ନନ୍ଦ କାର୍ଯ୍ୟରେ ଯୋଗଦେବାର 10 ଦିନ ପରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ସ୍ଥାନରେ ଅତିରିକ୍ତ ବିଡିଓ ସନ୍ତୋଷ କୁମାର ଶତପଥୀ କାର୍ଯ୍ୟ କରୁଥିଲେ। କିନ୍ତୁ ଅଚାନକ ଗତକାଲ ରାତିରେ ତାଙ୍କୁ  ହଠାତ୍‌ ବଦଳି କରାଯାଇଥିଲା ଏହାକୁ ନେଇ ସାଧାରଣରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

Related posts