ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3074ରେ ପହଞ୍ଚିଛି । 2784 ଜଣଙ୍କ ସକ୍ରିୟ ରହିଥିବାବେଳେ 267 ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି କରୋନା ଯୋଗୁଁ ଦେଶରେ 77 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 490 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 24 ରହିଛି । ମହାରାଷ୍ଟ୍ର ପଛକୁ ଦିଲ୍ଲୀରେ 445 ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି । ସେହିପରି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 485 ରହିଥିବାବେଳେ ଏଠାରେ 3ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା 306 ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତେଲେଙ୍ଗାନାରେ 269 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 7 ରହିଛି । ସେହିପରି ପଶ୍ଚିମବଙ୍ଗରୁ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଞ୍ଜାବରୁ ପାଞ୍ଚଜଣ ଓ ଉତ୍ତରପ୍ରଦେଶରୁ 2 ଜଣ, ମଧ୍ୟପ୍ରଦେଶରୁ 6ଜଣ, କର୍ଣ୍ଣାଟକରୁ 4 ଓ ଗୁଜୁରାଟରୁ 10ଜଣଙ୍କର ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶ ଓ ବିହାରରୁ ଜଣେ ଲେଖାଏଁ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ।
କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି
ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା
ଆନ୍ଧ୍ରପ୍ରଦେଶ : 161
ଆଣ୍ଡାମାନ ନିକୋବର: 10
ଅରୁଣାଚଳ ପ୍ରଦେଶ : 1
ଆସାମ : 24
ବିହାର : 30
ଚଣ୍ଡୀଗଡ : 18
ଛତିଶଗଡ : 9
ଦିଲ୍ଲୀ : 445
ଗୋଆ : 7
ଗୁଜୁରାଟ : 105
ହରିୟାଣା : 49
ହିମାଚଳ ପ୍ରଦେଶ : 6
ଜମ୍ମୁ କାଶ୍ମୀର : 92
ଝାରଖଣ୍ଡ : 2
କର୍ଣ୍ଣାଟକ : 144
କେରଳ : 306
ଲଦାଖ : 14
ମଧ୍ୟପ୍ରଦେଶ : 104
ମହାରାଷ୍ଟ୍ର : 490
ମଣିପୁର : 1
ମିଜୋରାମ : 1
ଓଡ଼ିଶା : 21
ପୁଡୁଚେରୀ : 5
ପଞ୍ଜାବ : 57
ରାଜସ୍ଥାନ : 200
ତାମିଲନାଡୁ : 485
ତେଲେଙ୍ଗାନା : 269
ଉତ୍ତରାଖଣ୍ଡ : 22
ତ୍ତତ୍ତରପ୍ରଦେଶ : 227
ପଶ୍ଚିମବଙ୍ଗ : 69
ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଗତ ମାସ 24 ତାରିଖରୁ 21 ଦିନିଆ ଲକ୍ ଡାଉନ୍ ଜାରି ରହିଛି ।