ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ଟପିଲା

Published: Apr 5, 2020, 11:25 am IST

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3074ରେ ପହଞ୍ଚିଛି । 2784 ଜଣଙ୍କ ସକ୍ରିୟ ରହିଥିବାବେଳେ 267 ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି କରୋନା ଯୋଗୁଁ ଦେଶରେ 77 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 490 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 24 ରହିଛି । ମହାରାଷ୍ଟ୍ର ପଛକୁ ଦିଲ୍ଲୀରେ 445 ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି । ସେହିପରି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 485 ରହିଥିବାବେଳେ ଏଠାରେ 3ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା 306 ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତେଲେଙ୍ଗାନାରେ 269 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 7 ରହିଛି । ସେହିପରି ପଶ୍ଚିମବଙ୍ଗରୁ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଞ୍ଜାବରୁ ପାଞ୍ଚଜଣ ଓ ଉତ୍ତରପ୍ରଦେଶରୁ 2 ଜଣ, ମଧ୍ୟପ୍ରଦେଶରୁ 6ଜଣ, କର୍ଣ୍ଣାଟକରୁ 4 ଓ ଗୁଜୁରାଟରୁ 10ଜଣଙ୍କର ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶ ଓ ବିହାରରୁ ଜଣେ ଲେଖାଏଁ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ।

କେଉଁ ରାଜ୍ୟରେ କିପରି ରହିଛି ସ୍ଥିତି

ରାଜ୍ୟ            ଆକ୍ରାନ୍ତଙ୍କ ସଂଖ୍ୟା

ଆନ୍ଧ୍ରପ୍ରଦେଶ :   161

ଆଣ୍ଡାମାନ ନିକୋବର:  10

ଅରୁଣାଚଳ ପ୍ରଦେଶ  :   1

ଆସାମ               :    24

ବିହାର               :     30

ଚଣ୍ଡୀଗଡ            :     18

ଛତିଶଗଡ           :     9

ଦିଲ୍ଲୀ                 :    445

ଗୋଆ               :     7

ଗୁଜୁରାଟ            :      105

ହରିୟାଣା           :      49

ହିମାଚଳ ପ୍ରଦେଶ   :     6

ଜମ୍ମୁ କାଶ୍ମୀର       :      92

ଝାରଖଣ୍ଡ          :      2

କର୍ଣ୍ଣାଟକ            :      144

କେରଳ              :     306

ଲଦାଖ                     :        14

ମଧ୍ୟପ୍ରଦେଶ     :        104

ମହାରାଷ୍ଟ୍ର        :        490

ମଣିପୁର         :        1

ମିଜୋରାମ      :        1

ଓଡ଼ିଶା            :         21

ପୁଡୁଚେରୀ       :         5

ପଞ୍ଜାବ                    :         57

ରାଜସ୍ଥାନ        :        200

ତାମିଲନାଡୁ     :         485

ତେଲେଙ୍ଗାନା    :         269

ଉତ୍ତରାଖଣ୍ଡ      :        22

ତ୍ତତ୍ତରପ୍ରଦେଶ   :        227

ପଶ୍ଚିମବଙ୍ଗ      :         69

 

ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଗତ ମାସ 24 ତାରିଖରୁ 21 ଦିନିଆ ଲକ୍‌ ଡାଉନ୍‌ ଜାରି ରହିଛି ।

Related posts