
ସୋମାଲିଆର ରାଜଧାନୀ ମୋଗାଦିଶୁରେ ତିନୋଟି କାର୍ ବିସ୍ଫୋରଣ ହୋବ ଫଳରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ସହାଫୀ ହୋଟେଲ୍ ଓ ସିବିଆଇ କାର୍ଯ୍ୟାଳୟ ପାଖରେ ତିନୋଟି କାର ବିସ୍ଫୋରଣ ହୋଇଥିଲା । ତେବେ ମୃତକଙ୍କ ସଂଖ୍ୟା ବଢିପାରେ, କାରଣ ଏହି ବିସ୍ଫୋରଣରେ ଅନେକ ନିଖୋଜ ରହିଥିବାର ସୂଚନା ରହିଛି । ଅଲକାଏଦା ଆତଙ୍କୀ ସଂଗଠନ ଅଲ୍-ଶବାବ୍ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ୨୦୧୮ରେ ଦେଶରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ ହୋଇଥିଲା, ଏକ ବ୍ୟସ୍ତବହୁଳ ସଡକ ଉପରେ କାର୍ ବମ୍ ବିସ୍ଫୋରଣ କରାଯାଇଥିଲା । ଏଥିରେ ୩୫୮ ଜଣ ମୃତ୍ୟୁବରଣ କରିଥିଲେ ।