Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅପହରଣ ହୋଇଥିବା ଇରାନୀ ଜାହାଜ ଏବଂ କର୍ମଚାରୀମାନଙ୍କୁ ଲୁଟେରାମାନଙ୍କଠାରୁ ମୁକ୍ତ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ସୁରକ୍ଷିତ ଭାବରେ ଏକ ଇରାନୀ ଜାହାଜକୁ ଲୁଟେରାମାନଙ୍କଠାରୁ ମୁକ୍ତ କରିଛି। ଡକାୟତି ବିରୋଧୀ ଅପରେସନରେ ନିୟୋଜିତ ନୌସେନା ଯୁଦ୍ଧ ଜାହାଜ INS ସୁମିତ୍ରା ଏକ ଇରାନର ଜାହାଜ ଏବଂ ଏହାର ୧୭ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ମୁକ୍ତ କରିଛି। ଏହି ଜାହାଜକୁ କିଛି ଡକାୟତମାନେ ଅପହରଣ କରି ନେଇଥିଲେ। ଅଧିକାରୀ କହିଛନ୍ତି ଯେ, ଗତକାଲି ରାତିରେ ଅପହରଣ ସମ୍ପର୍କରେ ସୂଚନା ପାଇବା ପରେ ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧୱାଲ କହିଛନ୍ତି ଯେ, “ସୋମାଲିଆର ପୂର୍ବ ଉପକୂଳରେ ଡକାୟତି ବିରୋଧୀ କାର୍ଯ୍ୟ ପାଇଁ ନିୟୋଜିତ ଆଇଏନ୍ଏସ୍ ସୁମିତ୍ରା ଇରାନ ମତ୍ସ୍ୟଜୀବୀ ଜାହାଜ ଇମାନର ଅପହରଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଥିଲା। ଜଳଦସ୍ୟୁମାନେ ଜାହାଜରେ ଚଢିଥିଲେ ଏବଂ କର୍ମଚାରୀଙ୍କୁ ବନ୍ଧକ ରଖାଯାଇଥିଲା।

ସେ କହିଛନ୍ତି ଯେ, INS ସୁମିତ୍ରା ଜାହାଜକୁ ଅଟକାଇ ସ୍ଥାପିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (SOP) ଅନୁଯାୟୀ ଡକାୟତମାନଙ୍କୁ କ୍ରୁ ଏବଂ ଜାହାଜକୁ ସୁରକ୍ଷିତ ଭାବରେ ମୁକ୍ତ କରିବାକୁ ବାଧ୍ୟ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସୋମାଲିଆରେ କାର୍‌ ବୋମା ବିସ୍ଫୋରଣ : 20ରୁ ଅଧିକ ମୃତ

ନୂଆଦିଲ୍ଲୀ, 28/12 : ସୋମାଲିଆରେ ଏକ କାର ବୋମା ବିସ୍ଫୋରଣରରେ 20 ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ସୋମାଲିଆର ରାଜଧାନୀ ମୋଡିଗାସୁରେ ଶନିବାର ଦିନ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଆହୁରି 30ରୁ 40 ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିସ୍ଫୋରଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନଥିବା ବେଳେ ବିସ୍ଫୋରଣର ତଦନ୍ତ ଜାରି ରହିଛି ବୋଲି ପୋଲିସ୍‌ ଅଧିକାରୀ ଇବ୍ରାହିମ ମହମ୍ମଦ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ସୋମାଲିଆରେ ବିସ୍ଫୋରଣ : ୩୯ ମୃତ, ୩୦ ଆହତ

ସୋମାଲିଆର ରାଜଧାନୀ ମୋଗାଦିଶୁରେ ତିନୋଟି କାର୍‌ ବିସ୍ଫୋରଣ ହୋବ ଫଳରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ସହାଫୀ ହୋଟେଲ୍‌ ଓ ସିବିଆଇ କାର୍ଯ୍ୟାଳୟ ପାଖରେ ତିନୋଟି କାର ବିସ୍ଫୋରଣ ହୋଇଥିଲା । ତେବେ ମୃତକଙ୍କ ସଂଖ୍ୟା ବଢିପାରେ, କାରଣ ଏହି ବିସ୍ଫୋରଣରେ ଅନେକ ନିଖୋଜ ରହିଥିବାର ସୂଚନା ରହିଛି । ଅଲକାଏଦା ଆତଙ୍କୀ ସଂଗଠନ ଅଲ୍‌-ଶବାବ୍‌ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ୨୦୧୮ରେ ଦେଶରେ ସବୁଠାରୁ ବଡ଼ ଆତଙ୍କୀ ଆକ୍ରମଣ ହୋଇଥିଲା, ଏକ ବ୍ୟସ୍ତବହୁଳ ସଡକ ଉପରେ କାର୍‌ ବମ୍‌ ବିସ୍ଫୋରଣ କରାଯାଇଥିଲା । ଏଥିରେ ୩୫୮ ଜଣ ମୃତ୍ୟୁବରଣ କରିଥିଲେ ।