ଅପହରଣ ହୋଇଥିବା ଇରାନୀ ଜାହାଜ ଏବଂ କର୍ମଚାରୀମାନଙ୍କୁ ଲୁଟେରାମାନଙ୍କଠାରୁ ମୁକ୍ତ କଲା ଭାରତୀୟ ନୌସେନା

Published: Jan 30, 2024, 9:27 am IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ସୁରକ୍ଷିତ ଭାବରେ ଏକ ଇରାନୀ ଜାହାଜକୁ ଲୁଟେରାମାନଙ୍କଠାରୁ ମୁକ୍ତ କରିଛି। ଡକାୟତି ବିରୋଧୀ ଅପରେସନରେ ନିୟୋଜିତ ନୌସେନା ଯୁଦ୍ଧ ଜାହାଜ INS ସୁମିତ୍ରା ଏକ ଇରାନର ଜାହାଜ ଏବଂ ଏହାର ୧୭ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ମୁକ୍ତ କରିଛି। ଏହି ଜାହାଜକୁ କିଛି ଡକାୟତମାନେ ଅପହରଣ କରି ନେଇଥିଲେ। ଅଧିକାରୀ କହିଛନ୍ତି ଯେ, ଗତକାଲି ରାତିରେ ଅପହରଣ ସମ୍ପର୍କରେ ସୂଚନା ପାଇବା ପରେ ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧୱାଲ କହିଛନ୍ତି ଯେ, “ସୋମାଲିଆର ପୂର୍ବ ଉପକୂଳରେ ଡକାୟତି ବିରୋଧୀ କାର୍ଯ୍ୟ ପାଇଁ ନିୟୋଜିତ ଆଇଏନ୍ଏସ୍ ସୁମିତ୍ରା ଇରାନ ମତ୍ସ୍ୟଜୀବୀ ଜାହାଜ ଇମାନର ଅପହରଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଥିଲା। ଜଳଦସ୍ୟୁମାନେ ଜାହାଜରେ ଚଢିଥିଲେ ଏବଂ କର୍ମଚାରୀଙ୍କୁ ବନ୍ଧକ ରଖାଯାଇଥିଲା।

ସେ କହିଛନ୍ତି ଯେ, INS ସୁମିତ୍ରା ଜାହାଜକୁ ଅଟକାଇ ସ୍ଥାପିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (SOP) ଅନୁଯାୟୀ ଡକାୟତମାନଙ୍କୁ କ୍ରୁ ଏବଂ ଜାହାଜକୁ ସୁରକ୍ଷିତ ଭାବରେ ମୁକ୍ତ କରିବାକୁ ବାଧ୍ୟ କରିଥିଲେ।

Related posts