
ଭୁବନେଶ୍ବର, ଆଜି ଠିକ ରାତି ନଅଟା ବେଳେ ସାରା ଓଡିଶାର ଆଲୁଅ ଲିଭିଗଲା। ଆଉ ତା ପରିବର୍ତ୍ତି ଜଳି ଉଠିଲା ମିଞ୍ଜିମିଞ୍ଜି ଆଲୁଅ। କିଏସେ ଘର ବାହାରେ ତ କିଏ ସେ ବାଲକୋନୀରେ ଜାଳିଲେ ଦୀପ। କୈଣସି ପର୍ବପର୍ବାଣୀ ନ ଥିଲେ ମଧ୍ୟ ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ। ଆଉ ସେହି ଆହ୍ବାନ ଥିଲା କୋରନା ମୁକାବିଲା ପାଇଁ ଶକ୍ତି ସଂଞ୍ଚୟ କରିବା। ଫଳରେ ରାଜ୍ୟରେ କିଏସେ ମହମବତୀ, କିଏସେ ମାଟି ଦୀପ ଏପରିକି କିଏ ସେ ମୋବାଇଲ ଲାଇଟ ଲଗାଇ ଆଲୋକିତ କରିଛନ୍ତି।
ରାଜଧାନୀରେ ମଧ୍ୟ ବିଭିନ୍ନ ମନ୍ତ୍ରୀ ଏବଂ ନେତାମାନେ ଏହି ଆହ୍ବାନରେ ସାମିଲ ହୋଇଥିବାର ଜଣାପଡିଛି। ଏପରିକି ଖୋଦ ରାଜ୍ୟପାଳ ନିଜ ପରିବାର ସହିତ ମୋଦିଙ୍କ ଆହ୍ବାନକୁ ସଫଳ କରାଇଛନ୍ତି। ରାଜଭବନରେ ଦୀପ ଲଗାଇ କରୋନା ପରି ମହାମାରୀଙ୍କ ହଟାଇବା ପାଇଁ ଶକ୍ତି ସଞ୍ଚୟ ପର୍ବରେ ନିଜକୁ ସାମିଲ କରିଛନ୍ତି।
Tags: Sunday9pmFor9mint