Categories
ଆଜିର ଖବର ଜାତୀୟ ଖବର

ସାରା ରାଜ୍ୟରେ ଜଳିଲା ଦୀପ, ମୋଦୀଙ୍କ ଆହ୍ବାନକୁ ପାଳନ କଲେ ଓଡିଶାବାସୀ, ରାଜ୍ୟପାଳ ମଧ୍ୟ ଜାଳିଲେ ଦୀପ

ଭୁବନେଶ୍ବର, ଆଜି ଠିକ ରାତି ନଅଟା ବେଳେ ସାରା ଓଡିଶାର ଆଲୁଅ ଲିଭିଗଲା। ଆଉ ତା ପରିବର୍ତ୍ତି ଜଳି ଉଠିଲା ମିଞ୍ଜିମିଞ୍ଜି ଆଲୁଅ। କିଏସେ ଘର ବାହାରେ ତ କିଏ ସେ ବାଲକୋନୀରେ ଜାଳିଲେ ଦୀପ। କୈଣସି ପର୍ବପର୍ବାଣୀ ନ ଥିଲେ ମଧ୍ୟ ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ। ଆଉ ସେହି ଆହ୍ବାନ ଥିଲା କୋରନା ମୁକାବିଲା ପାଇଁ ଶକ୍ତି ସଂଞ୍ଚୟ କରିବା। ଫଳରେ ରାଜ୍ୟରେ କିଏସେ ମହମବତୀ, କିଏସେ ମାଟି ଦୀପ ଏପରିକି କିଏ ସେ ମୋବାଇଲ ଲାଇଟ ଲଗାଇ ଆଲୋକିତ କରିଛନ୍ତି।

ରାଜଧାନୀରେ ମଧ୍ୟ ବିଭିନ୍ନ ମନ୍ତ୍ରୀ ଏବଂ ନେତାମାନେ ଏହି ଆହ୍ବାନରେ ସାମିଲ ହୋଇଥିବାର ଜଣାପଡିଛି। ଏପରିକି ଖୋଦ ରାଜ୍ୟପାଳ ନିଜ ପରିବାର ସହିତ ମୋଦିଙ୍କ ଆହ୍ବାନକୁ ସଫଳ କରାଇଛନ୍ତି। ରାଜଭବନରେ ଦୀପ ଲଗାଇ କରୋନା ପରି ମହାମାରୀଙ୍କ ହଟାଇବା ପାଇଁ ଶକ୍ତି ସଞ୍ଚୟ ପର୍ବରେ ନିଜକୁ ସାମିଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରବିବାର ରାତି ୯ଟା ବେଳେ ଆପଣ କିପରି ମୋଦିଙ୍କ କଥା ପାଳନ କରିବେ, ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର, ଆସନ୍ତା ୫ ତାରିଖ ରବିବାର ରାତି ୯ଟା ବେଳେ ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ଭାବରେ ଆଲୁଅ ଲିଭାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଓଡିଶାରେ ଏହାକୁ କିପରି ପାଳନ କରାଯିବ ସେ ନେଇ ରାଜ୍ୟ ସରକାର ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ସେଗୁଡିକ ହେଲା

1-ଜନସାଧାରଣ ନିଜ ନିଜ ଘରେ ଟିଭି, ରେଫିଜରେଟର ଓ ଏସି ଇତ୍ୟାଦି ଚାଲୁ ରଖିପାରିବେ। କେବଳ ଘରର ବଲବଗୁଡିକ ବନ୍ଦ କରିବେ।

2- ସେଦିନ ରାସ୍ତାଘାଟର ଆଲୋକ ବ୍ୟବସ୍ଥା ବନ୍ଦ ହେବ ନାହିଁ

3- ହସ୍‌ପିଟାଲ୍‌ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଜାରି ରହିବ ।

4-ବିଭିନ୍ନ ହାଉସିଂ ସୋସାଇଟି/ ଆପାର୍ଟମେଣ୍ଟଗୁଡ଼ିକରେ ମେନ୍‌ ସୁଇଚ୍‌ ଅଫ୍‌ ନ କରିବାକୁ ଅନୁରୋଧ କରାଯାଇଛି ।

5-ଜନସାଧାରଣ ସେଦିନ ରାତି ୯ଟା ୯ ମିନିଟ୍‌ ପରେ ନିଜ ଘରର ଆଲୁଅଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ୍‌ଗୁଡ଼ିକୁ ଅନ୍‌ କରିବାକୁ ପରାମର୍ଶ ଦିଆଯାଇଛି ।