ଠିକ୍‌ ସମୟରେ ହେବ ଲୋକସଭା ନିର୍ବାଚନ : ମୁଖ୍ୟ ନିର୍ବାଚନ ଆୟୁକ୍ତ

Published: Mar 1, 2019, 5:38 pm IST
election will be held on time - Chief election commissioner

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମୟରେ ଲୋକସଭା ନିର୍ବାଚନ ଠିକ୍ ସମୟରେ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗ ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରିବ ବୋଲି ସେ କହିଛନ୍ତି । ନିର୍ବାଚନ ତାରିଖ କିଛି ଦିନ ଘୁଞ୍ଚାଯିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଇଭିଏମ୍‌ର ଫଳାଫଳ ସଠିକ୍‌ ରହିଛି । ଏହା ଉପରେ କୌଣସି ବିବାଦ ନାହିଁ । ସେହିପରି ଆଶାୟୀ ପ୍ରାର୍ଥୀଙ୍କୁ ୫ ବର୍ଷର ଆୟର ଅଟକଳ ସହ ବିଦେଶୀ ସମ୍ପତ୍ତି ଉପରେ ସୂଚନା ମଧ୍ୟ ଦେବାକୁ ପଡ଼ିବ । ପ୍ୟାନ୍‌ କାର୍ଡ ସହ ସମସ୍ତ ସୂଚନା ପ୍ରାର୍ଥୀମାନେ ଦେବାକୁ ବାଧ୍ୟ ବୋଲି କୁହାଯାଇଛି । ଏଥର ସ୍ଵଚ୍ଛ ନିର୍ବାଚନ ପାଇଁ ବିଜିଲି ଆପ୍‌ ଲଞ୍ଚ କରାଯିବ ବୋଲି ସୂଚନା ରହିଛି । ଏହି ଆପ୍‌ ଜରିଆରେ ନିର୍ବାଚନ ଜନିତ ଅଭିଯୋଗ କରିହେବ ଏବଂ ତତ୍‌ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ କରିହେବ ।

 

 

Related posts