Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେତନ ପରେ ଏବେ ସାଂସଦଙ୍କ ଭତ୍ତାରେ ହେବ ହ୍ରାସ, ପ୍ରତି ମାସ କଟିବ ୨୭ ହଜାର ଟଙ୍କା
ଆଜିର ଖବର

ବେତନ ପରେ ଏବେ ସାଂସଦଙ୍କ ଭତ୍ତାରେ ହେବ ହ୍ରାସ, ପ୍ରତି ମାସ କଟିବ ୨୭ ହଜାର ଟଙ୍କା

April 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ ହେବା ପରେ ଭତ୍ତାରେ ୨୭ ହଜାର ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଫଣ୍ଡ୍‌ରେ ଏହି ଅର୍ଥକୁ ବିନିଯୋଗ କରାଯିବ ବୋଲି ଏହି ନିଷ୍ପତ୍ତି ନିଆଯାଇଛି।

ସାଂସଦଙ୍କୁ ଏବେ ଆଉ ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତାରେ ମିଳିଥିବା ୨୭ ହଜାର ଟଙ୍କା ମିଳିବ ନାହିଁ। ପ୍ରତ୍ୟେକ ମାସ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତା ଓ କାର୍ଯ୍ୟାଳୟ ଭତ୍ତା କାଟିବାକୁ ନେଇ ସରକାରୀ ଆଦେଶ ମିଳିଛି ।ସାଂସଦଙ୍କ ବେତନରୁ ୩୦ ପ୍ରତିଶତ ହ୍ରାସ କରାଯିବ ନେଇ ଆଗରୁ ଘୋଷଣା କରାଯାଇଛି। ଏବେ ପ୍ରତ୍ୟେକ ସାଂସଦଙ୍କୁ ୭୦ ହଜାର ଟଙ୍କା ମିଳିବ।

ମିଳିଥିବା ସୂଚନା ଅନୁସାରେ ସାଂସଦଙ୍କୁ ସଂଯୁକ୍ତ ସମିତି ରେ ସରକାରଙ୍କ ସହିତ ବିଚାର ବିମର୍ଶ କରି ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ନିର୍ବାଚନ କ୍ଷେତ୍ର ଭତ୍ତାରେ ୩୦ ପ୍ରତିଶତ ହ୍ରାସ କରିବା ନେଇ ସୁପାରିଶ୍‌ କରିଛନ୍ତି।  ସରକାରୀ ଅଧିସୂଚନା ଅନୁସାରେ ସାଂସଦଙ୍କ ବେତନ, ଭତ୍ତା ଏବଂ ପେନ୍‌ସନ୍‌ ଅଧିନିୟମ ୧୯୫୪ ଅନ୍ତର୍ଗତ ଧାରା ୮ ଜରିଆରେ ଜଣେ ସଦସ୍ୟଙ୍କୁ ନିର୍ବାଚନ ଭତ୍ତାର ଅଧିକାରୀ ହୋଇଥାନ୍ତି।

ପ୍ରତ୍ୟେକ ସାଂସଦଙ୍କୁ ମିଳୁଥିବା ୬୦ ହଜାର ଟଙ୍କାକୁ କାର୍ଯ୍ୟାଳୟ ଭତ୍ତାରେ ଏବେ ପ୍ରତ୍ୟେକ ମାସ ଷ୍ଟେସନାରୀ ରୂପେ ମିଳୁଥିବା ୨୦ ହଜାର ଟଙ୍କାକୁ ହ୍ରାସ କରାଯାଇ ୧୪ ହଜାର ଟଙ୍କା କରାଯାଇଛି। ତେବେ ସାଂସଦଙ୍କ ସହାୟକଙ୍କ ପାଇଁ ମିଳୁଥିବା ପ୍ରତି ମାସରେ ୪୦,୦୦୦ ଟଙ୍କାରେ କୌଣସି ହ୍ରାସ କରାଯାଇନାହିଁ।

ଅଧିକାରିକ ଆଦେଶାନୁସାରେ ରାଜ୍ୟସଭାର ସଭାପତି ଏମ୍‌ ଭେଙ୍କେୟା ନାଇଡୁ, ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ମଧ୍ୟ ସଂଯୁକ୍ତ ସମିତିଙ୍କ ସୁପାରିଶ୍‌କୁ ସ୍ବୀକାର କରିଛନ୍ତି। ଏହି ହ୍ରାସ ଅପ୍ରେଲ୍‌ ୧ରୁ ଲାଗୁହେବ।

ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ସମେତ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଓ ସାଂସଦଙ୍କ ବେତନରେ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକ ବର୍ଷ ପର୍ଯ୍ୟନ୍ତ ଏହି ଦରମାରେ ହ୍ରାସ ରହିବ ବୋଲି ସୂଚନା ରହିଛି।

Top News
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026
Latest News

ଟ୍ରେଣ୍ଡସ ରଜ ଫ୍ୟାସନ ଆଇକନ ଗ୍ରାଣ୍ଡ ଫିନାଲେ: ବିଜେତାମାନେ ପିନ୍ଧିଲେ ମୁକୁଟ

June 22, 2026

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.