ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌ ଯାଇଥିଲେ କି? ୧୦୪କୁ ଫୋନ୍‌ କରି କ୍ବାରେଣ୍ଟାଇନ୍‌ରେ ରୁହନ୍ତୁ

Published: Apr 8, 2020, 6:53 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌ ଯାଇଥିଲେ କି? ଯଦି ଯାଇଥିଲେ ତେବେ ଆପଣ ସତର୍କ ରୁହନ୍ତି। ଭୁବନେଶ୍ବର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍‌ଫେଡ୍‌ ଷ୍ଟଲ୍‌ ପାଇଁ ଛନକା ପଶିଛି। ଯଦି କେହି ଓମଫେଡ୍‌ ଷ୍ଟଲକୁ ଯାଇଥିଲେ ତେବେ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ କରୋନା ପଜିଟିଭି ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲ୍‌କୁ ନିୟମିତ ଯାଉଥିଲେ। ତେଣୁ ସେଠାକୁ କେହି ଯାଇଥିଲେ ୧୦୪କୁ ଫୋନ୍‌ କରି କ୍ବାରେଣ୍ଟାଇନରେ ରୁହନ୍ତୁ ବୋଲି ସୂଚନା ଦେଇଛି ବିଏମ୍‌ସି। ସତ୍ୟନଗର ଓମ୍‌ଫେଡ୍‌ ଷ୍ଟଲ୍‌କୁ ଯାଇଥିବା ବ୍ୟକ୍ତି ୧୪ ଦିନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି ବିଏମ୍‌ସି।

ସୂଚନାଯୋଗ୍ୟ, ଆଜି ବିଏମ୍‌ସି ପକ୍ଷରୁ ସତ୍ୟନଗର ଅଞ୍ଚଳକୁ ସିଲ୍‌ କରାଯିବା ପରେ ସତ୍ୟନଗରୁ କରୋନ ଚିହ୍ନଟକୁ ନେଇ ଦ୍ବନ୍ଦ୍ବ ବଢିଥିଲା। ପରିଶେଷରେ ବମିଖାଲରୁ ମିଳିଥିବା ମୋଟ ୧୮ଜଣ ସଂକ୍ରମିତଙ୍କ ମଧ୍ୟରେ ସତ୍ୟନଗରରେ ଚାରିଜଣ ରହିଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ସ୍ପଷ୍ଟ ସୂଚନା ମିଳିଥିଲା। ଆଜି ଏନେଇ ବିଏମ୍‌ସି ତରଫରୁ ମଧ୍ୟ ସୂଚନା ଦିଆଯାଇଛି।

Related posts