Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିକେଟ୍‌ ନୁହେଁ, କରୋନାର ସମୟ ଇଏ, ଆବେଗ ନୁହେଁ, ଏହା ପ୍ରତ୍ୟୟର ସମୟ: ବାଗ୍‌ଚୀ
ଆଜିର ଖବର

କ୍ରିକେଟ୍‌ ନୁହେଁ, କରୋନାର ସମୟ ଇଏ, ଆବେଗ ନୁହେଁ, ଏହା ପ୍ରତ୍ୟୟର ସମୟ: ବାଗ୍‌ଚୀ

April 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ କହିବା ସହିତ କେତେକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଥିବା ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ସମ୍ପର୍କରେ ସୂଚାନ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସଂକ୍ଷେପରେ ଜଣାଇଛନ୍ତି ବାଗ୍‌ଚୀ।

କରୋନାର ଅପଡେଟ୍‌ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଭାରତୀୟ କରୋନା ସଂକ୍ରମିତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା 16ତମ ରହିଛି। ଆଜି ସକାଳ ସୁଦ୍ଧା 2841ଟି ନମୁନା ପରୀକ୍ଷା ହୋଇଥିବାବେଳେ ପଜିଟିଭି ବ୍ୟକ୍ତିଙ୍କ ସଂଖ୍ୟା 44 ରହିଛି। ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ଦୁଇଜଣ। ଜଣେ ଏହି ରୋଗରେ ମୃତ୍ୟୁ ବରଣ କରିଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 41 ରହିଛି। ସେହିପରି କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ଅଛନ୍ତି 106ଜଣ।

ଏହି ପ୍ରେସ୍‌ ମିଟ୍‌ରେ ଆଜି କୋଭିଡ୍‌ ହସ୍ପିଟାଲ୍‌ ସମ୍ପର୍କରେ ମଧ୍ୟ ସମ୍ୟକ୍‌ ଧାରଣା ଦେଇଛନ୍ତି ବାଗ୍‌ଚୀ। ରାଜ୍ୟରେ ରହିଥିବା 7ଟି ହସ୍ପିଟାଲ ଓ ଆଉ ଗୋଟିଏ ହସ୍ପିଟାଲ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲ୍‌ଗୁଡିକ ମଧ୍ୟରେ ରହିଛି କଟକର 100 ଶଯ୍ୟା ବିଶିଷ୍ଟ ଅଶ୍ବିନୀ ହସ୍ପିଟାଲ। ଯାଜପୁରର 150 ଶଯ୍ୟା ବିଶିଷ୍ଟ ଟାଟା ହସ୍ପିଟାଲ, କେଉଁଝର ଯୋଡାର  50  ଶଯ୍ୟା ବିଶିଷ୍ଟ ଟାଟା ହସ୍ପିଟାଲ, ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ ରୂପେ ରହିଛି। 457 ଶଯ୍ୟା ବିଶିଷ୍ଟ କିମସ୍‌ ମେଡ଼ିକାଲ କଲେଜ ଓ 500 ଶଯ୍ୟା ବିଶିଷ୍ଟ ସମ୍‌ ହସ୍ପିଟାଲ୍‌ ଭୁବନେଶ୍ବର ସେହିପରି  40 ଶଯ୍ୟା ବିଶିଷ୍ଟ ପୁରୀର ଆଇଡିଏଚ୍‌ ହସ୍ପିଟାଲ୍‌, ସୁନ୍ଦରଗଡର 200 ଶଯ୍ୟା ବିଶିଷ୍ଟ ହାଇଟେକ୍‌ ମେଡ଼ିକାଲ କଲେଜ, ରାଉରକେଲା, ଗଜପତିରେ 100 ଶଯ୍ୟା ବିଶିଷ୍ଟ ସିୟୁଟିଏମ୍‌ ହସ୍ପିଟାଲ୍‌ ରହିଛି ବୋଲି କହିଛନ୍ତି ବାଗ୍‌ଚୀ।

ଆଜିର ଏହି ପ୍ରେସ୍‌ ମିଟ୍‌ରେ ଜନହିତ ଦୃଷ୍ଟିରୁ କେତୋଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ସୂଚନା ଦେଇଛନ୍ତି ବାଗ୍‌ଚୀ। କୋଭିଡ୍‌ -19 ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ ବୋଲି କହିଛନ୍ତି ସୁବ୍ରତ ବାଗ୍‌ଚୀ। ଏହା ଦିନିକିଆ ବା ଆଇପିଏଲ୍‌ ମ୍ୟାଚ୍‌ ନୁହେଁ ବୋଲି କହିଛନ୍ତି ବାଗ୍‌ଚୀ। ଗଣମାଧ୍ୟମକୁ ଆଜି ପାଠ ପଢାଇଛନ୍ତି ସୁବ୍ରତ ବାଗ୍‌ଚୀ। କ୍ରିକେଟ୍‌ ନୁହେଁ, କରୋନା ସମୟ ଇଏ, ଆବେଗ ନୁହେଁ, ପ୍ରତ୍ୟୟର ସମୟ ବୋଲି କହିଛନ୍ତି ବାଗ୍‌ଚୀ। ସରକାର ଆପଣଙ୍କୁ ସଠିକ୍‌ ଖବର ସଠିକ୍‌ ସମୟରେ ନିଶ୍ଚିତ ଭାବରେ ପହଞ୍ଚାଇବେ। ଆପାତକାଳୀନ ସମୟରେ ଘଟଣାଟି ଘଟିବା ସମୟରେ ମିଳିବ ବୋଲି କହିହେବ ନାହିଁ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଦରକାର ହେବ ସେଠାରେ ବ୍ୟକ୍ତିଗତ ବିବରଣୀ ଦିଆଯିବ ବୋଲି ବାଗ୍‌ଚୀ କହିଛନ୍ତି। ଯେଉଁଠି ଜନହିତ ନାହିଁ, ସେଠି ବ୍ୟକ୍ତିଗତ ବିବରଣୀ ଦେବୁ ନାହିଁ ବୋଲି କହିଛନ୍ତି ବାଗ୍‌ଚୀ। ଏଥିପାଇଁ ସମାଲୋଚନା, ସମୀକ୍ଷା କରିବାର କିଛି ଆବଶ୍ୟକତା ନାହିଁ। କରୋନା ହସ୍ପିଟାଲ ଆଗରେ ଓବି ଭ୍ୟାନ୍‌ ଠିଆ କରାଇବା ସମୟ ଇଏ ନୁହେଁ  ବୋଲି କହିଛନ୍ତି ବାଗ୍‌ଚୀ।

କରୋନାଅପଡେଟ୍‌ ସୁବ୍ରତ ବାଗ୍‌ଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026
Latest News

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.