Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ସରକାରଙ୍କ ଉଦ୍ୟମରେ ମୁମ୍ବାଇରୁ ଚାରି ହଜାର କୋଭିଡ19 ଟେଷ୍ଟ କିଟ ଧରି ଭୁବନେଶ୍ବର ଆସିଲା ସ୍ବତନ୍ତ୍ର କାର୍ଗୋ ବିମାନ
ଆଜିର ଖବର

ଓଡିଶା ସରକାରଙ୍କ ଉଦ୍ୟମରେ ମୁମ୍ବାଇରୁ ଚାରି ହଜାର କୋଭିଡ19 ଟେଷ୍ଟ କିଟ ଧରି ଭୁବନେଶ୍ବର ଆସିଲା ସ୍ବତନ୍ତ୍ର କାର୍ଗୋ ବିମାନ

April 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ କରୋନାଭାଇରସ ପରୀକ୍ଷା କରିବାକୁ ଯେଉଁ ପରିମାଣର ପରୀକ୍ଷା ଉପକରଣ ବା କିଟର ଆବଶ୍ୟକ ଅଛି ତାହା ନାହିଁ। ଫଳରେ ରାଜ୍ୟରେ ସନ୍ଦେହ ଭିତରେ ରହୁଥିବା ସମସ୍ତ ରୋଗୀଙ୍କୁ ଏକାବେଳେ ପରୀକ୍ଷା କରିବା ସମ୍ଭବ ହେଉ ନାହିଁ। ଭବିଷ୍ୟତରେ ଯଦି ରୋଗୀ ସଂଖ୍ୟା ବୃଦ୍ଧି ପାଏ ତେବେ ଏହି ପରୀକ୍ଷା ଏକ ଜଟିଳ ବ୍ୟାପାର ହୋଇଯିବ। ସେହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ କିଟ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ପ୍ରଥମ ପଦକ୍ଷେପ ସ୍ବରୂପ ଏକ ଥରକେ 4 ହଜାର ପରୀକ୍ଷା କିଟ୍ ମୁମ୍ବାଇରୁ ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଭୁବନେଶ୍ବର ଆଣାଯାଇଛି। ବର୍ତ୍ତମାନ ଲକଡାଉନ ସମୟରେ ଏହା ଆଣିବା କଷ୍ଟଦାୟକ ଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି। ଗୁରୁବାର ରାତିରେ ଏହି ବିମାନ ମୁମ୍ବାଇରୁ ଆସି ଭୁବନେଶ୍ବରରେ ପହଁଚିଛି। ଏଥିରେ କୋଭିଡ19 ପରୀକ୍ଷା କିଟ ସହିତ ବିଶୋଧନ ପାଇଁ ରାସାୟନିକ ଦ୍ରବ୍ୟ ଏବଂ ଭିଟିଏମ ମଧ୍ୟ ଆସିଛି। ଏହା ଦ୍ବାରା ରାଜ୍ୟରେ କରୋନା ଭାଇରସର ସଂକ୍ରାମଣ ପଥକୁ ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି।

Top News
Share. Facebook Twitter LinkedIn Email WhatsApp Copy Link

Related Posts

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026
Latest News

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.