ଆନନ୍ଦପୁର : ପାରିବାରିକ କଳହରୁ ଯୁବକଙ୍କୁ ନିର୍ମମ ହତ୍ୟା ହୋଇଥିବାର ସୂଚନା ମିଳିଛି । ଆନନ୍ଦପୁର ଥାନା ସିକାବୋଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ଯୁବକଙ୍କୁ କୁରାଢିରେ ହାଣି ହତ୍ୟାକରିଥିବାର ଅଭିଯୋଗ ହୋଇଛି । ଗୋଟିଏ ପରିବାରର 5 ସଦସ୍ୟଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁହୋଇଥିବାର ଜଣାପଡିଛି । ସଂଘବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।