Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲରେ ସଂଗ୍ରହ ହେଉଛି ସ୍ବାବ୍‌ ନମୁନା
ଆଜିର ଖବର

ସ୍କୁଲରେ ସଂଗ୍ରହ ହେଉଛି ସ୍ବାବ୍‌ ନମୁନା

April 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସରକାର ଏନେଇ ବେଶ୍‌ ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ସଂଖ୍ୟକ କୋଭିଡ୍‌ ପରୀକ୍ଷା କରିବା ଉପରେ ସରକାର ଜୋର୍‌ ଦେଇଛନ୍ତି । ଏହି କ୍ରମରେ କୋଭିଡ୍‌ -19 ଟେଷ୍ଟ ପାଇଁ ସ୍କୁଲରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି । ରାଜଧାନୀର ପାଞ୍ଚୋଟି ସ୍କୁଲରେ ହେଉଛି ସ୍ବାବ ନମୁନା ସଂଗ୍ରହ । ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି ମେଡ଼ିକାଲ୍‌ ଟିମ୍‌ । ଆସନ୍ତା 17 ତାରିଖ ଯାଏଁ ମେଡ଼ିକାଲ ଟିମ୍‌ର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ ।

ସକାଳ 9ରୁ ମଧ୍ୟାହ୍ନ 12 ଓ ଅପରାହ୍ନ 3 ରୁ 5ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ 4000 ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ଟେଷ୍ଟ୍ କରାଯିବ।

ଭୁବନେଶ୍ବରର ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ 50ରେ ପହଞ୍ଚିଛି । ଗତକାଲି 298ଟି ନମୁନା ପରୀକ୍ଷା କରାଯାଇଥିବାବେଳେ 2ଜଣ ପିଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ 50ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 12ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି । 37ଜଣଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ସୁଦ୍ଧା 3547 ନମୁନା ପରୀକ୍ଷଣ କରାଯାଇଥିବାବେଳେ 3497 ନେଗେଟିଭ୍‌ ବାହାରିଥିଲା ।

BJP Ads
coronatest
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Jindal Ads
BJP Ads
Latest News

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.