Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଦିନକରେ 47 ହଜାର 758ଟି କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।  ରାଜ୍ୟରେ ଗତ 24 ଘଣ୍ଟାରେ 47 ହଜାର 758 କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି ।  ସେଥିମଧ୍ୟରୁ 7 ହଜାର 658ଟି ଆରଟିପିସିଆର ଟେଷ୍ଟ ହୋଇଥିବାବେଳେ 40 ହଜାର 010ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଛି । ସେହିପରି 90ଟି ଟ୍ରୁନୁଟ୍‌ ପରୀକ୍ଷା ହୋଇଛି । ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବଢୁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ସେହିପରି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗତ 24 ଘଣ୍ଟାରେ ରାଜ୍ୟରେ 51 ହଜାରରୁ ଉର୍ଦ୍ଧ୍ବ କରୋନା ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ କରୋନା ହୁ ହୁ ହୋଇ ମାଡି ଚାଲିଛି । ସେହିପରି ରାଜ୍ୟରେ କରୋନା ଟେଷ୍ଟିଂ ମଧ୍ୟ ବଢିବାରେ ଲାଗିଛି । ଦୈନିକ 40ରୁ 50 ହଜାର କୋଭିଡ୍‌ ଟେଷ୍ଟ କରାଯାଉଛି । ରାଜ୍ୟରେ ଗତ 24 ଘଣ୍ଟାରେ 51 ହଜାର 824 କରୋନା ଟେଷ୍ଟ ହୋଇଛି । ଏହି ଟେଷ୍ଟ ମଧ୍ୟରେ ଆରଟିପିସିଆର ଜରିଆରେ 9 ହଜାର 352, 42 ହଜାର 366ଟି ଆଣ୍ଟିଜେନ୍‌ ଟେଷ୍ଟ ଓ ଟ୍ରୁନୁଟ୍‌ ଜରିଆରେ 106ଟି ଟେଷ୍ଟ କରାଯାଇଛି । ଏବେ ରାଜ୍ୟରେ ଅଧିକ ସଂଖ୍ୟକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି ।

କେନ୍ଦ୍ରାପଡ଼ାରେ ସର୍ବାଧିକ4 ହଜାର 666 ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ 4 ହଜାର 459ଜଣଙ୍କର ନମୁନା ପରୀକ୍ଷା ହୋଇଛି ।ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ 26 ଲକ୍ଷ ଟପିଛି ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲରେ ସଂଗ୍ରହ ହେଉଛି ସ୍ବାବ୍‌ ନମୁନା

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସରକାର ଏନେଇ ବେଶ୍‌ ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ସଂଖ୍ୟକ କୋଭିଡ୍‌ ପରୀକ୍ଷା କରିବା ଉପରେ ସରକାର ଜୋର୍‌ ଦେଇଛନ୍ତି । ଏହି କ୍ରମରେ କୋଭିଡ୍‌ -19 ଟେଷ୍ଟ ପାଇଁ ସ୍କୁଲରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି । ରାଜଧାନୀର ପାଞ୍ଚୋଟି ସ୍କୁଲରେ ହେଉଛି ସ୍ବାବ ନମୁନା ସଂଗ୍ରହ । ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି ମେଡ଼ିକାଲ୍‌ ଟିମ୍‌ । ଆସନ୍ତା 17 ତାରିଖ ଯାଏଁ ମେଡ଼ିକାଲ ଟିମ୍‌ର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ ।

ସକାଳ 9ରୁ ମଧ୍ୟାହ୍ନ 12 ଓ ଅପରାହ୍ନ 3 ରୁ 5ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ 4000 ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ଟେଷ୍ଟ୍ କରାଯିବ।

ଭୁବନେଶ୍ବରର ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ 50ରେ ପହଞ୍ଚିଛି । ଗତକାଲି 298ଟି ନମୁନା ପରୀକ୍ଷା କରାଯାଇଥିବାବେଳେ 2ଜଣ ପିଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ 50ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 12ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣକର ମୃତ୍ୟୁ ହୋଇଛି । 37ଜଣଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ସୁଦ୍ଧା 3547 ନମୁନା ପରୀକ୍ଷଣ କରାଯାଇଥିବାବେଳେ 3497 ନେଗେଟିଭ୍‌ ବାହାରିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ତିନୋଟି ହସ୍ପିଟାଲରେ ହେବ କରୋନା ଟେଷ୍ଟ୍‌

ଭୁବନେଶ୍ବର : ରାଜ୍ୟରେ ଆଉ ତିନୋଟି ହସ୍ପିଟାଲରେ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହି ତିନୋଟି ହସ୍ପିଟାଲଗୁଡିକ ହେଲା, ବ୍ରହ୍ମପୁର ମେଡ଼ିକାଲ କଲେଜ, ଭିମ୍‌ସାର୍‌ ଓ ଆଇଜିଏଚ୍‌ । ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି । ସେହିପରି ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲରେ ସାନିଟାଇଜ୍‌ ପ୍ରସ୍ତାବ ରଖାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିଛି । ଆସନ୍ତା ଏପ୍ରିଲ୍‌ 30 ତାରିଖ ଯାଏଁ ଲକ୍‌ ଡାଉନ୍‌ ରହିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।