ଗତ 24 ଘଣ୍ଟାରେ ରାଜ୍ୟରେ 51 ହଜାରରୁ ଉର୍ଦ୍ଧ୍ବ କରୋନା ଟେଷ୍ଟ

Published: Sep 17, 2020, 11:09 am IST

ଭୁବନେଶ୍ବର : ରାଜ୍ୟରେ କରୋନା ହୁ ହୁ ହୋଇ ମାଡି ଚାଲିଛି । ସେହିପରି ରାଜ୍ୟରେ କରୋନା ଟେଷ୍ଟିଂ ମଧ୍ୟ ବଢିବାରେ ଲାଗିଛି । ଦୈନିକ 40ରୁ 50 ହଜାର କୋଭିଡ୍‌ ଟେଷ୍ଟ କରାଯାଉଛି । ରାଜ୍ୟରେ ଗତ 24 ଘଣ୍ଟାରେ 51 ହଜାର 824 କରୋନା ଟେଷ୍ଟ ହୋଇଛି । ଏହି ଟେଷ୍ଟ ମଧ୍ୟରେ ଆରଟିପିସିଆର ଜରିଆରେ 9 ହଜାର 352, 42 ହଜାର 366ଟି ଆଣ୍ଟିଜେନ୍‌ ଟେଷ୍ଟ ଓ ଟ୍ରୁନୁଟ୍‌ ଜରିଆରେ 106ଟି ଟେଷ୍ଟ କରାଯାଇଛି । ଏବେ ରାଜ୍ୟରେ ଅଧିକ ସଂଖ୍ୟକ ଟେଷ୍ଟ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି ।

କେନ୍ଦ୍ରାପଡ଼ାରେ ସର୍ବାଧିକ4 ହଜାର 666 ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ 4 ହଜାର 459ଜଣଙ୍କର ନମୁନା ପରୀକ୍ଷା ହୋଇଛି ।ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ 26 ଲକ୍ଷ ଟପିଛି ବୋଲି ସୂଚନା ରହିଛି ।

Related posts