Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡସେଙ୍କ ଦ୍ବାରା ବ୍ରାଇଡାଲ ମଲ ରେ ‘ସାରି ମୁଡ’ର ଶୁଭାରମ୍ଭ
ଜାତୀୟ ଖବର

ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡସେଙ୍କ ଦ୍ବାରା ବ୍ରାଇଡାଲ ମଲ ରେ ‘ସାରି ମୁଡ’ର ଶୁଭାରମ୍ଭ

July 26, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଲିଉଡ ଅଭିନେତ୍ରୀ ମୁଗ୍ଧା ଗଡସେଙ୍କ ଦ୍ବାରା ବ୍ରାଇଡାଲ ମଲ ରେ 'ସାରି ମୁଡ'ର ଶୁଭାରମ୍ଭ

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ତଥା ମଡେଲ ମୁଗ୍ଧା ଭେଇରା ଗଡସେ, ସୁକୀର୍ତ୍ତି ପଟ୍ଟନାୟକଙ୍କ ସହ ମିଶି ‘ସାରି ମୁଡ୍’ ବ୍ରାଣ୍ଡକୁ ବ୍ରାଇଡାଲ ମଲରେ ଶୁଭାରମ୍ଭ କରିଛନ୍ତି।
ଏହି ଭବ୍ୟ ସମାରୋହରେ ବିଧାୟକ (କୋରେଇ) ତଥା ଅଭିନେତା ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଗ୍ଧା ଗଡ଼ସେଙ୍କ ଉପସ୍ଥିତିରେ ଏହି ବ୍ରାଣ୍ଡର ଶୁଭାରମ୍ଭ କରିଥିଲେ।

‘ସାରି ମୁଡ: ପ୍ରତ୍ୟେକ ଭାବନା ପାଇଁ ଶାଢ଼ୀ’ ହେଉଛି ମୁଗ୍ଧା ଗଜସେଙ୍କ ଏକ ଉଦ୍ୟୋଗୀ ଅଭିଯାନ ଯାହା ଆମର ସମୃଦ୍ଧ ପରମ୍ପରା, ଇତିହାସ ଏବଂ ସଂସ୍କୃତି ଉପରେ ଆଧାରିତ। ବୁଣା ଏବଂ ଡିଜାଇନ୍ ସହିତ ଉଚ୍ଚମାନର ପାରମ୍ପରିକ ଶାଢ଼ି ଉତ୍ପାଦନ କରିବା ପାଇଁ ସମଗ୍ର ଭାରତର ବୁଣାକାରମାନଙ୍କୁ ସଶକ୍ତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଶାଢ଼ି କପଡା ଠାରୁ ଅଧିକ ସୌନ୍ଦର୍ଯ୍ୟମୟୀ ପରିଧାନ।

ଏହା ଏକ ଭାବନାକୁ ବ୍ୟକ୍ତ କରେ ଓ ପ୍ରତିନିଧିତ୍ଵ କରେ, ଯାହା ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇ ଆସିଚି ଏବଂ ଶାଢି ପ୍ରେମୀଙ୍କ ମନରେ ଅଫୁରନ୍ତ ଆନନ୍ଦ ଓ ଉତ୍ସାହ ଭରିଦେଇଛି। ସାରି ମୁଡ୍ ହେଉଛି ସବୁ ବର୍ଗର ସବୁ ବୟସର ମହିଳା ତଥା ଗୃହିଣୀଙ୍କ ପାଇଁ ସୁନ୍ଦର ସୁନ୍ଦର ଶାଢ଼ିର ଏକ କଲେକ୍ସନ। ଶ୍ରୀମତୀ ଗତସେ ଏହି କଲେକ୍ସନ କୁ ଉନ୍ମୋଚନ କରିଥିଲେ ଏବଂ ତାଙ୍କ ପ୍ରଶଂସକ ଓ ନିମନ୍ତ୍ରିତ ଲୋକମାନଙ୍କ ସହିତ ଭାବ ବିନିମୟ କରିଥିଲେ। ସେ ସାରି ମୁଡ୍ ପଛରେ ଥିବା ତାଙ୍କ ପ୍ରେରଣାଦାୟୀ କାହାଣୀକୁ ସେମାନଙ୍କ ମଧ୍ୟରେ ବାଣ୍ଟିଥିଲେ।

ଆମ ପରମ୍ପରାକୁ ଜୀବନ୍ତ ରଖୁଥ‌ିବା କାରିଗରମାନଙ୍କୁ ସହଯୋଗ କରିବାର ଆବଶ୍ୟକ‌ତା ରହିଛି ବୋଲି ଶ୍ରୀ ଆକାଶ ଦାସ ନାୟକ ପ୍ରକାଶ କରିଥିଲେ। ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନ ଓ ପରିବାରର ଏକ ଅଂଶ। ସେ ଅତିଥିମାନଙ୍କୁ ଆମର ପାରମ୍ପରିକ ପରିଧାନର ପ୍ରତିନିଧି ସାଜିବାକୁ ଉତ୍ସାହିତ କରିଥିଲେ।

ସୁକୀର୍ତ୍ତି ପଟ୍ଟନାୟକ ପାରମ୍ପରିକ ଶାଢି ପ୍ରତି ତାଙ୍କର ଭଲପାଇବା ଏବଂ ସାଧାରଣ ଉତ୍ସାହ ବିଷୟରେ ଜଣାଇଥିଲେ ଯାହା ଇଣ୍ଡଲଜ ଏବଂ ମୁଗ୍ଧାଙ୍କୁ ଏକାଠି କରିବାରେ ସହାୟକ ହୋଇଥିଲା । ଆମ ଦେଶର ବିବିଧତା ଏବଂ ଜୀବନ୍ତ ଭାବ ଆମ ଶାଢ଼ି ମାଧ୍ଯମରେ ପ୍ରତିଫଳିତ ହୁଏ। ପ୍ରତ୍ୟେକ ଶାଢିର ଏକ କାହାଣୀ ରହିଛି ଯାହା ଆମ ସଂସ୍କୃତିର ପ୍ରକୃତ ପରିଚାୟକ ବୁଣାକାରଙ୍କ ପିଢ଼ି ମାଧ୍ୟମରେ ଆଗକୁ ବଢ଼ିଛି।

ସାରି ମୁଡ୍ ନାମରେ ନାମିତ ଏହି ଶାଢୀ ସଂଗ୍ରହକୁ ମନ୍ଦିର ମାଳିନୀ ସହରର ମହିଳାମାନେ ବିପୁଳ ସମର୍ଥନ ଦେଇଥିଲେ। ଏହାର ଦାମ ୫୦୦୦ ଟଙ୍କାରୁ ଆରମ୍ଭ କରି ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ । ସମଗ୍ର ଭାରତରୁ ସଂଗୃହୀତ ହୋଇଥିବା ଶାଢ଼ୀର ଏହି ସଂଗ୍ରହ ଗ୍ରାହକ ଏବଂ ପ୍ରଶଂସକଙ୍କ ମନ ଜିଣିଥିଲା। ଏକ ଲକି ଡ୍ର ମାଧ୍ୟମରେ ମୁଗ୍ଧାଙ୍କ ଦ୍ବାରା ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଉପହାରମାନ ପ୍ରଦାନ କରାଯାଇଥିଲା। ରୁପାଲି ଛକ ସ୍ଥିତ ବ୍ରାଇଡାଲ ମଲରେ ସାରି ମୁଡ୍ ଉପଲବ୍ଧ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.