Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୟୁନାଇଟେଡ କିଙ୍ଗଡମର ବିଦେଶ ସଚିବ ଡେଭିଡ ଲେମି
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୟୁନାଇଟେଡ କିଙ୍ଗଡମର ବିଦେଶ ସଚିବ ଡେଭିଡ ଲେମି

July 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୟୁନାଇଟେଡ କିଙ୍ଗଡମର ବିଦେଶ ସଚିବ ଡେଭିଡ ଲେମିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ନୂତନ ନିଯୁକ୍ତି ପାଇଁ ଲେମିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ୟୁକେରେ ସରକାର ଗଠନର ଏକ ମାସ ମଧ୍ୟରେ ଲେମିଙ୍କ ଭାରତ ଗସ୍ତକୁ ମଧ୍ୟ ପ୍ରଶଂସା କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ସହ ହୋଇଥିବା କଥୋପକଥନକୁ ମନେ ପକାଇଥିଲେ। ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସହଯୋଗକୁ ଗଭୀର କରିବା ଦିଗରେ ୟୁକେ ସରକାର ଅଗ୍ରାଧିକାର ଦେଉଥିବାରୁ ତାହାକୁ ପ୍ରଶଂସା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ପୂର୍ଣ୍ଣ ରୂପ ଦେବା ସହ ଅର୍ଥନୀତି, ପ୍ରତିରକ୍ଷା, ନିବେଶ, ନିରାପତ୍ତା, ଜଳବାୟୁ ପରିବର୍ତ୍ତନ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଅଭ୍ୟୁଥିତ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ୟୁକେର ଆଗ୍ରହ ସମ୍ପର୍କରେ ବିଦେଶ ସଚିବ ଡେଭିଡ ଲେମି ସୂଚନା ଦେଇଥିଲେ।

ନୂତନ ଏବଂ ଅଭ୍ୟୁଥିତ ଟେକ୍ନୋଲୋଜି ଆଧାରରେ ଟେକ୍ନୋଲୋଜି ସିକ୍ୟୁରିଟି ପଦକ୍ଷେପର ଶୁଭାରମ୍ଭ ପାଇଁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ। ସେହିପରି ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର ପାରିସ୍ପରିକ ଆଲୋଚନାରେ ସମ୍ପୂର୍ଣ୍ଣ ରୂପ ଦେବାକୁ ମଧ୍ୟ ମୋଦୀ ଇଚ୍ଛା ପ୍ରକାଶ କରିଥିଲେ।

ଉଭୟ ପକ୍ଷର ସ୍ୱାର୍ଥ ସହ ଜଡ଼ିତ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ମତ ବିନିମୟ କରିଥିଲେ।

ୟୁକେ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ତାଙ୍କୁ ନିମନ୍ତ୍ରଣ ଜଣାଇଥିଲେ।

ଦ୍ୱିପାକ୍ଷିକ ସମ୍ପର୍କ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026
Latest News

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.