ସୁନ୍ଦରଗଡ ଜିଲ୍ଲାରେ ପ୍ରଥମଥର ପାଇଁ ଦୁଇ କରୋନା ପଜିଟିଭି ଚିହ୍ନଟ

Published: Apr 12, 2020, 8:54 am IST

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ପ୍ରଥମଥର ପାଇଁ ଦୁଇ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ଚାରି ପଜିଟିଭ୍‌ଙ୍କ ମଧ୍ୟରେ ସୁନ୍ଦରଗଡରୁ ଦୁଇଜଣ ରହିଛନ୍ତି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏନେଇ ସୂଚନା ଜାରି କରିଛି । ତେବେ ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କିଛି ସ୍ପଷ୍ଟ କରିନାହିଁ । ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଓଡ଼ିଶାରେ ମୋଟ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି। ଏବେ ସୁଦ୍ଧା ୧୨ ଜଣ ସୁସ୍ଥ ହୋଇ ସାରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇ ସାରିଛି। (ଏଜେନ୍ସି)

Related posts