Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନର ଅବଧି ବୃଦ୍ଧି ନେଇ ଔପଚାରିକ ଘୋଷଣା ହୋଇନଥିବା ସ୍ଥଳେ ଏହି ସବୁ ରାଜ୍ୟରେ ଜାରି ରହିବ ଲକ୍‌ ଡାଉନ୍‌
ଆଜିର ଖବର

ଲକ୍‌ ଡାଉନର ଅବଧି ବୃଦ୍ଧି ନେଇ ଔପଚାରିକ ଘୋଷଣା ହୋଇନଥିବା ସ୍ଥଳେ ଏହି ସବୁ ରାଜ୍ୟରେ ଜାରି ରହିବ ଲକ୍‌ ଡାଉନ୍‌

April 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲାଗୁ କରାଯାଇଛି ଲକ୍‌ ଡାଉନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 24 ତାରିଖରେ 21 ଦିନ ପାଇଁ ଦେଶରେ ଲକ୍‌ ଡାଉନ୍‌ର ଘୋଷଣା କରିଥିଲେ। ଆଜି ଲକ୍‌ ଡାଉନ୍‌ର 19ତମ ଦିବସ। ଆସନ୍ତା ଏପ୍ରିଲ୍‌ 14 ତାରିଖରେ ଲକ୍‌ ଡାଉନ୍‌ ଶେଷ ହେବାକୁ ରହିଛି। କିନ୍ତୁ ଦେଶରେ କରୋନା ଅବସ୍ଥା ବେଶ୍‌ ସଙ୍ଗୀନ ରହିଥିବାରୁ ଅନେକ ରାଜ୍ୟ ଏହି ଲକ୍‌ ଡାଉନ୍‌ ଅବଧିରେ ବୃଦ୍ଧି କରାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ବିଷୟକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲେ। ଏହି ବୈଠକରେ ପ୍ରାୟ ସମସ୍ତେ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ରଖିଥିଲେ। ତେବେ ବୈଠକ ପରେ ଏହି ବୈଠକ ଆଉ ଦୁଇ ସପ୍ତାହ ଘୁଞ୍ଚିବା ନେଇ ସୂଚନା ମିଳିଥିବାବେଳେ ଏନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ। ତେବେ ଲକ୍‌ ଡାଉନ୍‌କୁ ନେଇ କେନ୍ଦ୍ରସରକାରଙ୍କ ନିଷ୍ପତ୍ତି ପୂର୍ବରୁ ବହୁ ରାଜ୍ୟ ନିଜ ନିଜ ରାଜ୍ୟରେ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରାଇଛନ୍ତି।

ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି କରାଇବା ଦିଗରେ ଓଡ଼ିଶା ସର୍ବପ୍ରଥମ ରାଜ୍ୟ ଭାବେ ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 14ରୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲା। ଏପ୍ରିଲ୍‌ 9 ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସମ୍ପର୍କରେ ଘୋଷଣା କରି ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 54ରେ ପହଞ୍ଚିଥିବାବେଳେ ଜଣେ ମୃତ୍ୟୁବରଣ କରିସାରିଛନ୍ତି।

ଓଡ଼ିଶା ପରେ ପଞ୍ଜାବ ସରକାର ମଧ୍ୟ ଲକ୍‌ ଡାଉନ୍‌ର ଅବଧିକୁ ମେ 1 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା 151ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଛି।

ଭାରତର ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ବଢି ଚାଲିଥିବା କରୋନା ସଂକଟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକ୍ ଡାଉନ୍‌ ଅବଧିକୁ ବୃଦ୍ଧି କରାଇଛନ୍ତି। ଏପ୍ରିଲ୍‌ 30 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌କୁ ବୃଦ୍ଧି କରାଇଛନ୍ତି ଉଦ୍ଧବ। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1700 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 127ରେ ପହଞ୍ଚିଛି। ସେହିପରି କର୍ଣ୍ଣାଟକ ମଧ୍ୟ କରୋନା ଯୋଗୁଁ ଲକ୍‌ ଡାଉନ୍‌ ପ୍ରକ୍ରିୟାକୁ ବୃଦ୍ଧି କରାଇଛନ୍ତି। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଶନିବାର ଦିନ ଏହି ଲକ୍‌ ଡାଉନ୍‌କୁ ଦୁଇ ସପ୍ତାହ ବୃଦ୍ଧି କରାଇଛନ୍ତି। କର୍ଣ୍ଣାଟକରେ ମୋଟ୍‌ 214ଟି ମାମଲା ଆସିଥିବାବେଳେ 6 ଜଣଙ୍କର ମୃତ୍ୟୁ ହୋଇଛି।

ତେଲେଙ୍ଗାନା ମଧ୍ୟ କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ଲକ୍‌ ଡାଉନ୍‌ ପ୍ରକ୍ରିୟାକୁ ବୃଦ୍ଧି କରିଛି। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସର୍ବପ୍ରଥମେ ଲକ୍‌ ଡାଉନର ଅବଧିକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଥିଲେ। ତେଲେଙ୍ଗାନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 500ରୁ ଉର୍ଦ୍ଧ୍ବ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 9ରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କର୍ଫ୍ୟୁକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି। ଏପ୍ରିଲ୍‌ 30 ପରେ ତାଙ୍କ ସରକାର ସ୍ଥିତିର ସମୀକ୍ଷା କରିବେ ବୋଲି କହିଛନ୍ତି ମମତା। ସେହିପରି ପଶ୍ଚିମବଙ୍ଗରେ ସମସ୍ତ ଶିକ୍ଷଣ ସଂସ୍ଥାକୁ ଜୁନ୍‌ 10 ପର୍ଯ୍ୟନ୍ତ ଛୁଟି ଦିଆଯାଇଛି। ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 134 ରହିଥିବାବେଳେ ମୃତ୍ୟୁସଂଖ୍ୟା 5ରେ ପହଞ୍ଚିଛି।  (ଏଜେନ୍ସି)

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026
Latest News

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.