ଜମାତ୍‌ଙ୍କୁ ସମର୍ଥନ କରି ସରକାରଙ୍କୁ ବିରୋଧ କଲେ ମେହେବୁବା ମୁଫ୍‌ତି

Published: Mar 2, 2019, 4:06 pm IST
mufti condemns senrtre's ban on jamaat-e-islami

ଜମାତ୍‌–ଇ–ଇସଲାମୀ ସଂଗଠନ ଉପରେ ପାଞ୍ଚବର୍ଷ ପ୍ରତିବନ୍ଧ ଲଗାଯିବା ପରେ ଅଧିକାରୀଙ୍କ ଦ୍ଵାରା କାଶ୍ମୀରଠାରେ ଥିବା ଏହି ସଂଗଠନର ସମସ୍ତ ସମ୍ପତ୍ତିକୁ ସିଲ୍‌ କରିଦିଆଯାଇଛି । ଜମାତ୍‌-ଇ-ଇସ୍‌ଲାମୀର କେତେଜଣ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଘର ସହିତ ଅନ୍ୟାନ୍ୟ ସମ୍ପତ୍ତି ଓ ଘାଟି ଅଞ୍ଚଳରେ ଥିବା କିଛି ସମ୍ପତ୍ତିକୁ ମଧ୍ୟ ସିଲ୍‌ କରିଦିଆଯାଇଛି । ଜମାତ୍‌ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ପରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ବିରୋଧ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି । ମୁଫ୍‌ତି କହିଛନ୍ତି ଯେ, ଜମାତ୍‌ ସଂଗଠନର କିଛି ନେତାଙ୍କ ବ୍ୟାଙ୍କ୍‌ ଖାତାକୁ ମଧ୍ୟ ସରକାର ସିଲ୍‌ କରିଦେଇଛନ୍ତି ।  ବିଭିନ୍ନ ଜିଲ୍ଲାଧିକାରୀ ଜମାତ୍‌ ନେତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ମାଗିଛନ୍ତି, ଯେତେବେଳେ କି ଏହି ସଂଗଠନ ଉପରେ ପ୍ରତିବନ୍ଧ ତଥା ଧନଶୋଧନ ମାମଲାର ଏନ୍‌ଆଇ ଦ୍ଵାରା ଯାଞ୍ଚ କରାଯାଇ ଏହାର ପରୀକ୍ଷା କରାଯାଇନାହିଁ ।  ତେବେ ଜମାତ୍‌-ଇ-ଇସ୍‌ଲାମୀ ଉପରେ ଦେଶ ଭିତରେ ରାଷ୍ଟ୍ରବିରୋଧୀ ତଥା ବିଧ୍ବଂସକାରୀ ଗତିବିଧିରେ ସାମିଲ୍‌ ଥିବା ଓ ଆତଙ୍କବାଦୀ ସଂଗଠନଙ୍କ ସହ ସମ୍ପର୍କିତ ଥିବା ଅଭିଯୋଗ ରହିଥିଲା । ୧୪ ଫେବୃଆରୀ ଆତଙ୍କୀ ଆକ୍ରମଣ ପରେ ହୁରିୟାତ୍‌ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଜମାତ୍‌-ଇ-ଇସ୍‌ଲାମୀ ଏବଂ କାଶ୍ମୀରର ଅନ୍ୟ ନେତା ଓ ସମର୍ଥକଙ୍କଙ୍କୁ ମଧ୍ୟ ଗିରଫ କରାଯାଇଛି ।

Related posts