Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମାତ୍‌ଙ୍କୁ ସମର୍ଥନ କରି ସରକାରଙ୍କୁ ବିରୋଧ କଲେ ମେହେବୁବା ମୁଫ୍‌ତି
ଆଜିର ଖବର

ଜମାତ୍‌ଙ୍କୁ ସମର୍ଥନ କରି ସରକାରଙ୍କୁ ବିରୋଧ କଲେ ମେହେବୁବା ମୁଫ୍‌ତି

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
mufti condemns senrtre's ban on jamaat-e-islami
mufti condemns senrtre's ban on jamaat-e-islami

ଜମାତ୍‌–ଇ–ଇସଲାମୀ ସଂଗଠନ ଉପରେ ପାଞ୍ଚବର୍ଷ ପ୍ରତିବନ୍ଧ ଲଗାଯିବା ପରେ ଅଧିକାରୀଙ୍କ ଦ୍ଵାରା କାଶ୍ମୀରଠାରେ ଥିବା ଏହି ସଂଗଠନର ସମସ୍ତ ସମ୍ପତ୍ତିକୁ ସିଲ୍‌ କରିଦିଆଯାଇଛି । ଜମାତ୍‌-ଇ-ଇସ୍‌ଲାମୀର କେତେଜଣ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଘର ସହିତ ଅନ୍ୟାନ୍ୟ ସମ୍ପତ୍ତି ଓ ଘାଟି ଅଞ୍ଚଳରେ ଥିବା କିଛି ସମ୍ପତ୍ତିକୁ ମଧ୍ୟ ସିଲ୍‌ କରିଦିଆଯାଇଛି । ଜମାତ୍‌ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ପରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ବିରୋଧ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି । ମୁଫ୍‌ତି କହିଛନ୍ତି ଯେ, ଜମାତ୍‌ ସଂଗଠନର କିଛି ନେତାଙ୍କ ବ୍ୟାଙ୍କ୍‌ ଖାତାକୁ ମଧ୍ୟ ସରକାର ସିଲ୍‌ କରିଦେଇଛନ୍ତି ।  ବିଭିନ୍ନ ଜିଲ୍ଲାଧିକାରୀ ଜମାତ୍‌ ନେତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ମାଗିଛନ୍ତି, ଯେତେବେଳେ କି ଏହି ସଂଗଠନ ଉପରେ ପ୍ରତିବନ୍ଧ ତଥା ଧନଶୋଧନ ମାମଲାର ଏନ୍‌ଆଇ ଦ୍ଵାରା ଯାଞ୍ଚ କରାଯାଇ ଏହାର ପରୀକ୍ଷା କରାଯାଇନାହିଁ ।  ତେବେ ଜମାତ୍‌-ଇ-ଇସ୍‌ଲାମୀ ଉପରେ ଦେଶ ଭିତରେ ରାଷ୍ଟ୍ରବିରୋଧୀ ତଥା ବିଧ୍ବଂସକାରୀ ଗତିବିଧିରେ ସାମିଲ୍‌ ଥିବା ଓ ଆତଙ୍କବାଦୀ ସଂଗଠନଙ୍କ ସହ ସମ୍ପର୍କିତ ଥିବା ଅଭିଯୋଗ ରହିଥିଲା । ୧୪ ଫେବୃଆରୀ ଆତଙ୍କୀ ଆକ୍ରମଣ ପରେ ହୁରିୟାତ୍‌ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଜମାତ୍‌-ଇ-ଇସ୍‌ଲାମୀ ଏବଂ କାଶ୍ମୀରର ଅନ୍ୟ ନେତା ଓ ସମର୍ଥକଙ୍କଙ୍କୁ ମଧ୍ୟ ଗିରଫ କରାଯାଇଛି ।

mufti thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ତିନି ରଥ

July 22, 2026
Latest News

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.